ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ସ୍ଥିତି ପରଖିବା ପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ନବୀନ ।

244

କନକ ବ୍ୟୁରୋ :  ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଅଞ୍ଚଳର ପରିଦର୍ଶନ ପରେ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ନବୀନ । ଲୋକସେବା ଭବନରେ ବାତ୍ୟାରେ ପ୍ରଭାବିତ ହୋଇଥିବା ୬ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ପୁନଃରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି ନବୀନ । ଏହି ବୈଠକରେ ଏସଆରସି  ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

ବାତ୍ୟା ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିନଥିଲେ ମଧ୍ୟ ଏହାର ପ୍ରଭାବ ସିଧାସଳଖ ୬ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଉପରେ ପଡିଥିଲା । ପ୍ରବଳ ବର୍ଷା ଓ ପବନରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପବନରେ ଅନେକ ସ୍ଥାନରେ ଘର ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଏହି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ରିପୋର୍ଟ  କେନ୍ଦ୍ରୀୟ ଟିମ୍ ସାମ୍ନାରେ ଉପସ୍ଥାପନ କରି ମୋଟ କ୍ଷୟକ୍ଷତିର ପରିମାଣ ଦର୍ଶାଇବେ ରାଜ୍ୟ ସରକାର ।