ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ। ସକାଳର କୁହୁଡି ଘେରା ପରିବେଶରେ ଘାସ ଉପରେ ଟୋପା ଟୋପା କାକର ବିନ୍ଦୁ

ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଜମୁଛି ଭିଡ

625

କନକ ବ୍ୟୁରୋ: ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ । ବୁଲବୁଲ୍ ଯିବା ପରେ ପରେ କନ୍ଧମାଳ ଜିଲ୍ଲାକୁ ଧୀରେ ଧୀରେ ମାଡି ଆସୁଛି ଶୀତ । ଦାରିଙ୍ଗିବାଡି ସମେତ ଫୁଲବାଣୀ, ବାଲିଗୁଡୁ, କ ନୂଆଗାଁ, ରାଇକିଆ ଏବଂ ଉଦୟଗିରିରେ ସକାଳର କୋହଲା ପାଗକୁ ଉପଭୋଗ କରୁଛନ୍ତି ଲୋକେ । ସକାଳୁ ସକାଳୁ ଦେଖିବାକୁ ମିଳୁଛି ଘାସ ଓ ଗଛଲତା ଉପରେ ଟୋପା ଟୋପା କାକର ବିନ୍ଦୁ । ଚାରିଆଡେ ଛାଇ ରହୁଛି ବହଳିଆ କୁହୁଡି । ଶୀତରୁ ମୁକ୍ତି ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ଜାଳ କରି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଏଥର ଶୀତ ଆସିସାରିଥିବାରୁ ପର୍ଯ୍ୟଟକ ମଧ୍ୟ ଓଡିଶାର କାଶ୍ମୀର ଦାରିଙ୍ଗିବାଡିର ଶୀତକୁ ଅନୁଭବ କରିବାକୁ ଆସିବେ ବୋଲି ଆଶା କରୁଛନ୍ତି ସ୍ଥାନୀୟ ଲୋକେ । ଆଜିଠାରୁ ଶୀତ ବଢ଼ିବ। ରାତିର ତାପମାତ୍ରା ଆହୁରି କମିବ। ଏକାଧିକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ଏବେ ଯେତିକି ତାପମାତ୍ରା ରହୁଛି, ତା’ଠାରୁ ୨ରୁ ୩ ଡିଗ୍ରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।