ଓଡ଼ିଶାରେ ଖୁବ୍ ଶୀଘ୍ର ଦଳ ବଦଳ ପର୍ବ ! କଂଗ୍ରେସ ପରେ ଏବେ ବିଜେପିର ଦୁଇ ନେତା ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ।

କେତେବେଳେ ବିଜେପି ତ କେତେବେଳେ କଂଗ୍ରେସ ଆଉ କେତେବେଳେ ବିଜେଡ଼ି ଦଳରେ ଘଟ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ କେତେବେେଳେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁ ପଡ଼ିବ ତାହା କାହାକୁ ଜଣା ନାହିଁ ।

876

କନକ ବୁରୋ: ରାଜ୍ୟ ରାଜନୀତିରେ ଏବେ ବହୁଛି ଦଳ ବଦଳ ହାୱା । ଯାହାର ଶିରୋନାମା ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ପାଲଟିଛନ୍ତି । ଆସନ୍ତା ୨୪ ତାରିଖରେ ନବ ଦାସ ବିଜେଡ଼ିରେ ଯୋଗଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଖୋଦ୍ ନବ ଦାସ । ସେପଟେ ନବ ଦାସଙ୍କ ସହ ଆଉ ଦୁଇ କଂଗ୍ରେସ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଲୋକସଭା ନିର୍ବାଚନ ନିକଟତର ହେଉଥିବାବେଳେ ଏଭଳି ଦଳ ବଦଳ ଏକ ସ୍ୱାଭାବିକ ପ୍ର୍ରକ୍ରିୟା ବୋଲି ରାଜନୀତି ବିଷାରଦମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଏହି ଦଳ ବଦଳ କେବଳ ପଶ୍ଚିମ ଓଡ଼ିଶା କଂଗ୍ରେସ ଗଡ଼ ନୁହେଁ ବରଂ ପଶ୍ଚିମ ଓଡ଼ିଶା ବିଜେପି ଗଡ଼ ମଧ୍ୟ ଭୁଶୁଡ଼ି ପାରେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚା’ ଖଟିର ହଟ୍ ଟପିକ୍ କେବଳ କଂଗ୍ରେସ ପାଖରେ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଦୁଇ ହେବିୱେଟ୍ ବିଜେପି ନେତା ତଥା ଦେବଗଡ଼ ବିଧାୟକ ନୀତିଶ ଗଙ୍ଗଦେବ ଓ ବ୍ରଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଖୁବ୍ ଶୀଘ୍ର ଗେରୁଆ ରଙ୍ଗକୁ ବାଏ ବାଏ କହି ଶଙ୍ଖ ଧରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ପୂର୍ବରୁ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ କେନ୍ଦ୍ରାପଡ଼ା ପାଟକୁରା ବିଧାୟକ ବିଜୟ ମହାପାତ୍ର ଦଳକୁ ବାଏ ବାଏ କରିଦେଇଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶା ଉପରେ ବିଜେଡ଼ିର ଫୋକସ ନା ବିଜେଡ଼ି ମୋହରେ ଏବେ ଉଭୟ କଂଗ୍ରେସ ଓ ବିଜେପିର ଟାଣୁଆ ନେତାମାନେ ପଡ଼ିଲେଣି ତାହା ଏବେ ରାଜ୍ୟ ରାଜନୀତିର ଗସିପ୍ ଟପିକ୍ ପାଲଟିଛି ।

BJD-BJPଗୋଟିଏ ପଟେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ବଦଳ କରିବାକୁ ନେତାଙ୍କ ବୟାନ ବାଜି ଦଳ ପାଇଁ ଅଡୁଆ ସୃଷ୍ଟି କରୁଛି । କେତେବେଳେ ବିଜେପି ତ କେତେବେଳେ କଂଗ୍ରେସ ଆଉ କେତେବେଳେ ବିଜେଡ଼ି ଦଳରେ ଘଟ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ କେତେବେେଳେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁ ପଡ଼ିବ ତାହା କାହାକୁ ଜଣା ନାହିଁ । କିନ୍ତୁ ଦଳ ଛାଡ଼ିବା ଆଉ ଦଳ ଭିତରେ ରହିବା ଉଭୟ କଂଗ୍ରେସ ଓ ବିଜେପି ଦଳ ମଧ୍ୟରେ କମ୍ପନ ସୃଷ୍ଟି କରିଛି । କାରଣ ଗତ କିଛି ମାସ ପୂର୍ବେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ବିଜେପିର ଏହି ନେତାମାନେ ବିଜେଡ଼ିରେ ମିଶିବେ ବୋଲି ପରୋକ୍ଷରେ ଭବିଷ୍ୟବାଣୀ କରିଥିଲେ । ଯାହାପରେ ଏବେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜନୀତି ଗନ୍ଧରୁ ବାରି ହୋଇ ପଡୁଛି ।

ଅବଶ୍ୟ ଏକଥା ସତ ରାଜନୀତିରେ ସବୁ ସମ୍ଭବ । ବିଜେପିର ବିଜେପିର ମିଶନ୍ ୧୨୦କୁ କାଉଣ୍ଟର କରିବା ଲାଗି ବିଜେଡ଼ି କାଳେ ଏପରି ରାଜନୈତିକ ଏଜେଣ୍ଡା କରିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଆଉ ଖୋଦ୍ ରାଜନେତାଙ୍କ ବୟାନ ବାଜି ଏହି ଚର୍ଚ୍ଚାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଖୋରାକ ଯୋଗାଉଛି । ହେଲେ କଥାରେ ଅଛି ନିଆଁ ନଥିଲେ ଧୁଆଁ ଆସେ ନାହିଁ । ତେବେ କୌଣସି ମତେ ଏହି ନେତାମାନେ ବିଜେଡ଼ିରେ ସାମିଲ ହେବା ନେଇ ଗଣମାଧ୍ୟମ ଆଗରେ ତାହା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ନେତାମାନେ କେବେ ଦଳ ଅଦଳ ବଦଳ କରୁଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।