କେରଳରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ଦାଉ ସାଜୁଛି ବର୍ଷା । ସଙ୍କଟ ଟଳିନଥିବା ବେଳେ ଦିନକୁ ଦିନ ବଢିଚାଲିଛି ସମସ୍ୟା । ବନ୍ୟାର ବିଭିଷିକା କେତେ ବଡ ବିପର୍ଯ୍ୟୟ ଆଣିପାରେ, କେରଳର କୋଣ ଆନୁକୋଣରୁ ଆସୁଥିବା ଚିତ୍ର ହିଁ ବୟାନ୍ କରୁଛି । ମାତ୍ର ୧୦ ଦିନ ଭିତରେ ଯେମିତି ବଦଳି ଯାଇଛି ଗୋଟିଏ ରାଜ୍ୟର ନକ୍ସା । ପାଣି ଭିତରେ ବୁଡି ରହିଛି ଗାଁ, ସହର ଓ ମହାନଗର । କେଉଁଠି ଗାଡି ଭାସିଯାଇଛି ତ ଆଉ କେଉଁଠି ମଣିଷ ଓ ପଶୁ । ତେବେ ଏସବୁ ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଭାବୁକ ହୋଇପଡିବେ ।
ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏଭଳି ଏକ ହୃଦୟଛୁଆଁ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପଶୁମାନଙ୍କ ପ୍ରତି ମଣିଷ ପାଖରେ ମଧ୍ୟ ରହିଛି ଅନେକ ଭଲପାଇବା । ଭିଡିଓରେ ଦେଖିବାକୁ ମିଳିଛି ଯେ, କେରଳର ବନ୍ୟାସ୍ରୋତରେ ଏକ ପୋଲ ଉପରେ କୁକୁରଟିଏ ଭାସିଯାଉଛି । ପାଣିର ସ୍ରୋତ ଏତେ ଅଧିକ ଯେ, ସେପଟେ ଯିବା ପାଇଁ ଯେକେହି ଭୟଭୀତ ହୋଇପଡିବ ।
କିନ୍ତୁ ଏସବୁ ଭିତରେ କୁକୁରଟିକୁ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ ୩ ଜଣ ଯୁବକ । ପରସ୍ପରର ହାତ ଧରାଧରି ହୋଇ କୁକୁରକୁ ବଢାଇଥିଲେ ସହାୟତାର ହାତ । କୁକୁରଟି ବାରମ୍ବାର ଚେଷ୍ଟା କଲେ ମଧ୍ୟ ପାଣିର ସ୍ରୋତ ତାକୁ ଭସାଇ ନେଉଥିଲା । ଶେଷରେ ଜଣେ ଯୁବକ କୁକୁରକୁ ଧରିବାରେ ସଫଳ ହୋଇଥିଲେ । ଏବଂ ମୃତ୍ୟୁମୁଖରୁ ଫେରିଆସିଥିଲା କୁକୁର । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ମଣିଷ ଏବଂ ପଶୁଙ୍କର ଏହି ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/Screen-shot-2018-08-19-at-6.jpg)