ଭାରତର ଗର୍ବ ଓଗୌରବ ଜାତୀୟ ପତାକା ବିଷୟରେ କିଛି ରୋଚକ ତଥ୍ୟ

767

ଚଳିତ ବର୍ଷ ପାଳିତ ହେବାକୁ ଯାଉଛି ୭୦ ତମ ସାଧାରଣତନ୍ତ୍ର ଦିବସ। ଏହି  ଅବସରରେ ସମଗ୍ର ଭାରତରେ ଉତ୍ତୋଳନ କରାଯିବ ତ୍ରିରଙ୍ଗ ପତାକା । ଏହି ନିମ୍ନ ଭାଗରେ ସବୁଜ, ମଝିରେ ଧଳା ଓ ଉପରେ ନାରଙ୍ଗୀ ବର୍ଣ୍ଣ ଥିବା ଏହି ତ୍ରିରଙ୍ଗ ପତାକାକୁ ଆମେ ଜାତୀୟ ପତାକା ବୋଲି କହୁ ।


• ଏହି ପତାକାର ରୂପକାର ହେଉଛନ୍ତି କୃଷିବିତ୍ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା । ଜାତୀୟ ପତାକା ତିଆରି କରିବାକୁ ପ୍ରମୁଖ ଅଧିକାର ପାଇଛି ଖଦି ଓ ଗ୍ରାମ୍ୟଦ୍ୟୋଗ କମିସନ୍ । କେବଳ ଖଦି କପଡ଼ାରେ ଏହି ପତାକା ତିଆରି ହେବ ବୋଲି ନିୟମ କରାଯାଇଛି ।

• ପତାକାର ଧଳା ଅଂଶରେ ଥିବା ଅଶୋକ ଚକ୍ରର ଆକାର ନିର୍ଦ୍ଧାରିତ ହୋଇ ନ ଥିଲେ ମଧ୍ୟ ଏହା ପତାକାର ମଝିଆ ମଝି ସ୍ଥାନିତ ହେବା ଓ ଏଥିରେ ୨୪ଟି ଅର ରହିବା ଆବଶ୍ୟକ ।

• ପ୍ରଥମ ଭାରତୀୟ ଜାତୀୟ ପତାକାରେ ଥିଲା ଧାର୍ମିକ ସଙ୍କେତ ଏବଂ ମଝିରେ ଥିଲା ବନ୍ଦେ ମାତରଂ ଲେଖା ସହ ୮ଟି ଗୋଲାପ ।

• ୨୦୦୨ ପୂର୍ବରୁ ସାଧାରଣ ନାଗରିକମାନେ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ପାଉ ନ ଥିଲେ ।

• ୨୦୦୨ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଫ୍ଲାଗ୍ କୋଡ୍ ପରିବର୍ତ୍ତନ କରିବା ପରେ ସାଧାରଣ ଜନତା ପତାକା ଉଡ଼ାଇବାର ସୁଯୋଗ ପାଇଛନ୍ତି ।

• ନିୟମାନୁସାରେ କେବଳ ଦିନବେଳା ଜାତୀୟ ପତାକା ଉଡ଼ାଯାଏ ଓ ସୂର‌୍ୟ୍ୟାସ୍ତ ପୂର୍ବରୁ ଅବତରଣ କରାଯାଏ । ଜାତୀୟ ପତାକା ଉଡ଼ିବାବେଳେ ନାରଙ୍ଗୀ ଭାଗଟି ସବୁବେଳେ ଉପରକୁ ରହିବା ଉଚିତ । ଉତ୍ତୋଳିତ ପତାକାରେ ଅନ୍ୟ କୌଣସି ସଙ୍କେତ ନ ରହିବା ଉଚିତ ।