ଅସହ୍ୟ ଗ୍ରୀଷ୍ମପ୍ରବାହର ପ୍ରଭାବ ! ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି, ଜୁନ୍ ୧୮ରେ ଖୋଲିବ

55

କନକ ବ୍ୟୁରୋ : ଆଜିଠୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଏହି ନିଷ୍ପତି ନେଇଛନ୍ତି ସରକାର । ନିର୍ଦ୍ଦେଶନାମା ଜାରି କରି ମେ ୨ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏହା ପରେ ମେ ୩ ତାରିଖରୁ ଜୁନ୍ ୧୮ ତାରିଖଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଜୁନ୍ ୧୯ ତାରିଖରେ ସ୍କୁଲ ଖୋଲିବ । ଅନେକ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବାରୁ ଏହି ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ବିଭାଗ କହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-