୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ଜିଓର ମାଗଣା ଡାଟା ପାଆନ୍ତୁ । ଜାଣନ୍ତୁ ପୁରା ପ୍ରକ୍ରିୟା

74

ନିଜ ଦ୍ୱିତୀୟ ବାର୍ଷିକ ଉତ୍ସବରେ ରିଲାଏନ୍ସ ଜିଓ ସେହି ଗ୍ରାହକଙ୍କୁ ମାଗଣାରେ ୧ ଜିବିର ୪ଜି ଡାଟା ଦେଉଛି, ଯାହାଙ୍କ ପାଖରେ କ୍ୟାଡବରୀ ଡାଏରୀ ମିଲ୍କ ଚକଲେଟ୍ ଅଛି । ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ପାଖରେ ଅତିକମରେ ୫ ଟଙ୍କିଆ ରେଗୁଲାର କ୍ୟାଡବରୀ ଡାଏରୀ ମିଲ୍କ ଚକଲେଟ୍ ବା ଡାଏରୀ ମିଲ୍କ କ୍ରେକର, ଡାଏରୀ ମିଲ୍କ ରୋଷ୍ଟ ଆଲମଣ୍ଡ, ଡାଏରୀ ମିଲ୍କ ଫ୍ରୁଟ୍ସ ଆଣ୍ଡ ନଟ୍ କିମ୍ବା ଡାଏରୀ ମିଳ୍କ ଲିକେବଲ୍ସର ଖୋଳ ଥିବା ଜରୁରୀ ।

ଗ୍ରାହକଙ୍କୁ ମାଗଣା ଡାଟା ବ୍ୟତୀତ କମ୍ପାନୀ ଅନ୍ୟ ଜିଓ ସବସ୍କ୍ରାଇବରଙ୍କୁ ମାଗଣା ଡାଟା ଟ୍ରାନ୍ସଫର କରିବାର ମଧ୍ୟ ଅଫର ଦେଉଛି । ଏହି ଅଫର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ହିଁ ରହିବ । ଏହା ସହିତ ମାଗଣା ଡାଟା ପାଇବା ପାଇଁ ଆପଣଙ୍କ ସ୍ମାର୍ଟଫୋନରେ ମାଇ ଜିଓ ଆପ୍ ହେବା ଜରୁରୀ ।

ମାଇ ଜିଓ ଆପ୍ ର ହୋମ ସ୍କ୍ରିନ୍ ରେ ଏକ ବ୍ୟାନର ଦେଖାଦେବ ଯେଉଁଠି ମାଗଣା ଡାଟାର ଅଫର୍ ଦିଆଯାଇଛି । ଏହି ବ୍ୟାନର ଉପରେ କ୍ଲିକ୍ କଲେ ଆପଣଙ୍କୁ ପାର୍ଟିସିପେଟ୍ ନାଓ ବଟନ୍ ଦେଖାଦେବ, ଯାହାକୁ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । ଏହାପରେ ଆପଣଙ୍କୁ ମାଗଣା ଡାଟା ପାଇବା ପାଇଁ ଡାଏରୀ ମିଲ୍କ ଚକଲେଟ୍ ର ଖୋଳରେ ଥିବା ବାରକୋଡ୍ ସ୍କାନ କରିବାକୁ ହେବ ।

ଅଫରର ନିୟମ ଓ ସର୍ତ୍ତାବଳୀ : ୧ ଜିବି ଫ୍ରି ଡାଟା ପାଇବା ପାଇଁ ୫, ୧୦, ୨୦, ୪୦ ଓ ୧୦୦ ଟଙ୍କିଆ କ୍ୟାଡବରୀ ଡାଏରୀ ମିଲ୍କର ଖୋଳର ବ୍ୟବହାର କରିବାକୁ ପଡିବ । ଏହି ଫ୍ରି ଡାଟା ଆପଣଙ୍କ ଆକାଉଣ୍ଟକୁ ୭ରୁ ୮ ଦିନ ଭିତରେ କ୍ରେଡିଟ୍ କରି ଦିଆଯିବ । ଗୋଟିଏ ଆକାଉଣ୍ଟ କେବଳ ଗୋଟିଏ ଖୋଳର ବ୍ୟବହାର ପାଇଁ ଭାଲିଡ୍ ।