ନୂଆ ପ୍ଲାନର ଘୋଷଣା କଲା ରିଲାଏନ୍ସ ଜିଓ । ଜାଣନ୍ତୁ ଅଲ-ଇନ୍-ୱାନ୍ ପ୍ଲାନରେ ଗ୍ରାହକଙ୍କୁ ପୂର୍ବପେକ୍ଷା କେତେ ଟଙ୍କା ଅଧିକ ଦେବାକୁ ପଡିବ ଓ କଣ ଫାଇଦା ମିଳିବ ।

7,307

ଜିଓ ଗ୍ରାହକଙ୍କ ପାଇଁ ବଡ ଖବର । ଜିଓ କମ୍ପାନି ଆଜି ଅଲ-ଇନ୍-ୱାନ୍ ପ୍ଲାନର ଘୋଷଣା କରିଛି । ପୂର୍ବରୁ ପ୍ରଚଳିତ ଅଲ୍-ଇନ୍-ୱାନ୍ ପ୍ଲାନ ତୁଳନାରେ ଏହି ନୂଆ ପ୍ଲାନରେ ୩୦୦ ପ୍ରତିଶତ ଅଧିକ ସୁବିଧା ପାଇପାରିବେ ଗ୍ରାହକ । ପୂର୍ବପେକ୍ଷା ଏହି ପ୍ଲାନର ଦର ୪୦ ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ ଏହି ପ୍ଲାନ୍ ଡିସେମ୍ବର ୬ରୁ ଲାଗୁ କରାଯିବ ।

ଅଲ ଇନ୍ ୱାନ୍ ପ୍ଲାନରେ ଗ୍ରାହକ ପ୍ରତିଦିନ ୧.୫ ଜିବି ଡାଟା ପାଇପାରିବେ । ୧୯୯ ଟଙ୍କାର ଏହି ପ୍ଲାନର ଅବଧି ଗୋଟିଏ ମାସ ରହିବ । ଯେଉଁଥିରେ ଜିଓରୁ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ରହିଛି । ସେହିଭଳି ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଦୁଇ ମାସ ଅବଧିର ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏଥିରେ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୨୦୦୦ ମିନିଟର କଲ ସୁବିଧା ରହିଛି ।

ଏହାଛଡା ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ତିନି ମାସ ଅବଧିର ପ୍ଲାନର ମୂଲ୍ୟ ୫୫୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏଥିରେ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟର କଲ ସୁବିଧା ରହିଛି । ସେହିଭଳି ୩୬୫ ଦିନ ବା ବର୍ଷେ ଅବଧିର ପ୍ଲାନର ମୂଲ୍ୟ ୨୧୯୯ ଟଙ୍କା ରହିଥିବା ବେଳେ ଏଥିରେ ଏଥିରେ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୨୦୦୦ ମିନିଟର କଲ ସୁବିଧା ରହିଛି ।

ଅଧିକ କଲ ଓ କମ ଡାଟା ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା କରାଯାଇଥିବା ସୁଲଭ ପ୍ଲାନଗୁଡିକ ମଧ୍ୟରେ ରହିଛି ୧୨୯ ଟଙ୍କା ମୂଲ୍ୟର ୨୮ ଦିନ ଅବଧିର ପ୍ଲାନ ଯେଉଁଥିରେ ୨ ଜିବି ଡାଟା ସହିତ ଜିଓରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ରହିଛି । ସମାନ ପ୍ରକାରର ସୁବିଧା ରହିଥିବା ତିନି ମାସ ଅବଧିର ପ୍ଲାନ ମୂଲ୍ୟ ୩୨୯ ଟଙ୍କା ଓ
ଏକ ବର୍ଷ ଅବଧିର ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା ରହିଛି ।

ସମସ୍ତ ପ୍ଲାନ ସହିତ ଜିଓ ପ୍ରାଇମ ଅନ୍ତର୍ଗତ ଉପଲବ୍ଧ ସମସ୍ତ ଆପ୍ସର ସବସ୍କ୍ରିସନ ଗ୍ରାହକମାନଙ୍କୁ ମାଗଣାରେ ମିଳିପାରିବ ବୋଲି ଜିଓ ପକ୍ଷରୁ କୁହାଯାଇଛି । ଏହାଛଡା ଜିଓ ଆପ୍ ସାହାଯ୍ୟରେ ଲାଇଭ୍ ଟିଭି, ୧୦୦୦୦ରୁ ଅଧିକ ସିନେମା, ଟିଭି ସୋ, ୫ କୋଟିରୁ ଅଧିକ ଗୀତ ଓ ମାଗଣା କଲର ଟ୍ୟୁନର ସୁବିଧା ପାଇପାରିବେ ଗ୍ରାହକ ।