ଜିଓର ନୂଆ ଅଫର: ମାତ୍ର ୭୦୦ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର ସହ ମାଗଣା ଭଏସ କଲ; ଫାଷ୍ଟ ଡେ ଫାଷ୍ଟ ସୋ’ରେ ଘରେ ବସି ଦେଖିପାରିବେ ଫିଲ୍ମ

ବାର୍ଷିକ ଅବଧିରେ ମାଗଣାରେ ମିଳିବ ଏଲଇଡି ଟିଭି; ସେପ୍ଟେମ୍ବର ୫ରୁ ହେବ ଉପଲବ୍ଧ

2,877

ମଲଟି-ପାର୍ଟି ଭିଡିଓ କନଫରେନ୍ସ କଲ୍

ଫ୍ରି ଭଏସ କନକ୍ଟେଭିଟି

କମ୍ ଦରରେ ଅନ୍ତର୍ଜାତୀୟ କଲିଂ

ଫାଷ୍ଟ ଡେ ଫାଷ୍ଟ ସୋ ମୁଭି

୧୦୦ ଏମବିପିଏସରେ ୧ ଜିବିପିଏସ୍ ସ୍ପିଡର ସୁବିଧା

ରିଲାଏନ୍ସ ଜିଓର ବଡ ଘୋଷଣା । ଗ୍ରାହକଙ୍କୁ ମାତ୍ର ୭ ଶହ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର । ଏହାଦ୍ୱାରା ଗ୍ରାହକଙ୍କୁ ବ୍ରଡବ୍ୟାଣ୍ଡ ସମେତ ମିଳିବ ଅନେକ ଆକର୍ଷଣୀୟ ସୁବିଧା । ମଲଟି-ପାର୍ଟି ଭିଡିଓ କନଫରେନ୍ସି ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଗ୍ରାହକଙ୍କୁ ମିଳିବ । ତେବେ ଆଜି  ରିଲାଏନ୍ସର ୪୨ ତମ ଆନୁଆଲ ଜେନେରାଲ ମିଟିଙ୍ଗରେ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି ।

ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୨ତମ ଆନ୍ୟୁଆଲ ଜେନେରାଲ ମିଟିଙ୍ଗ ଅନୁଷ୍ଠିତ ହୋଇଛି । ଏହି ଅବସରରେ କଂପାନୀର ମୁଖ୍ୟ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଘୋଷଣା କରି କହିଛନ୍ତି ଯେ, ଏଯାବତ୍ ଜିିଓର ଗ୍ରାହକ ୩୪୦ ମିଲିୟନରୁ ବି ଅଧିକ ହୋଇଗଲେଣି ।ଏପରିକି  ଜିଓ କୌଣସି ବି ଗୋଟିଏ ଦେଶରେ ଅପରେଟ ହେଉଥିବା ବିଶ୍ୱର ଦ୍ୱିତୀୟ ବଡ ଟେଲିକମ କଂପାନୀ ଭାବେ ବର୍ତ୍ତମାନ ନାଁ କରିଛି । ଏଥି ସହିତ ହିଁ ଏହି ଅବସରରେ ଜିଓ ଗିଗାଫାଇବରର ପ୍ଲାନକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ମୁକେଶ ଅମ୍ବାନୀ । ଗ୍ରାହକଙ୍କୁ ମାସିକ ୭୦୦ ଟଙ୍କା ମୂଲ୍ୟରେ ଏହି ବ୍ରଡବ୍ୟାଣ୍ଡ ସେବାର ଲାଭ ମିଳିବ ।

 ‘ଜିଓ ଗିଗାଫାଇବର’ ସେବାରେ କଣ ମିଳିବ ସୁବିଧା?

 

-ମଲଟି-ପାର୍ଟି ଭିଡିଓ କନଫରେନ୍ସ କଲ୍

– ଫ୍ରି ଭଏସ କନକ୍ଟେଭିଟି

-କମ୍ ଦରରେ ଅନ୍ତର୍ଜାତୀୟ କଲିଂ

-ଅଲଟ୍ରା ଏଚ୍ଡି ଏଣ୍ଟରଟେନ୍ମେଂଟ

-ଫାଷ୍ଟ ଡେ ଫାଷ୍ଟ ସୋ ମୁଭି

-ଲାଇଭ ଗେମିଂ

-ସ୍ମାର୍ଟ ହୋମ ସଲ୍ୟୁସନ

-ମୁଭି, ଶୋ ଓ ସ୍ପୋର୍ଟସ

-୧୦୦ ଏମବିପିଏସରେ ୧ ଜିବିପିଏସ୍ ସ୍ପିଡର ସୁବିଧା

ତେବେ ଜିଓ ଗିଗାଫାଇବରକୁ କମର୍ଶିଆଲ ଭାବେ ୫ ସେପ୍ଟେମ୍ବର ୨୦୧୯ରୁ ଉପଲବ୍ଧ କରିଦିଆଯିବ । ଯାହାକି ୧୦୦ଏମବିପିଏସ ସ୍ପିଡରୁ ଆରମ୍ଭ କରି ୧ଜିବିପିଏସ ପର୍ଯ୍ୟନ୍ତ ସ୍ପିଡରେ ଉପଲବ୍ଧ ହେବ । ସେହିଭଳି ଜିଓ ଫାଇବରର ପ୍ଲାନଗୁଡିକ ୭୦୦ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ଏଥିରେ ଭଏସ୍ କଲ ମାଗଣା ମିଳିବ । ଜିଓ ଫାଇବର ସହିତ ଓଟିଟି ଆପଗୁଡିକର ଆକସେସ୍ ମଧ୍ୟ ମିଳିବ । ପ୍ରିମିୟମ ଜିଓ ଫାଇବର କଷ୍ଟରମ୍ସଙ୍କୁ ସିନେମା ରିଲିଜ ହେବାରର ପ୍ରଥମ ଦିନରେ ଅର୍ଥାତ୍ ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖଲବାର ସୁବିଧା ମିଳିବ ।