ଲିଭ-ଇନ-ପାର୍ଟନରଙ୍କ ସହିତ ସହମତିରେ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ସୁପ୍ରିମକୋର୍ଟ

373

ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସଂପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ । ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଲିଭ-ଇନ-ପାର୍ଟନରସିପରେ ଥିବା ପୁରୁଷ କୌଣସି କାରଣରୁ ଯଦି ମହିଳାଙ୍କୁ ବିବାହ କରିପାରିବେନି । ତେବେ ଏହା ଦୁଷ୍କର୍ମ ଅପରାଧ ଭାବେ ବିଚାର କରାଯିବ ନାହିଁ ।

ଜଷ୍ଟିସ ଏକେ ସିକ୍ରି ଓ ଏସ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ କହିଛନ୍ତି ଏପରି ମାମଲାର ଶୁଣାଣି ବହୁତ ସାବଧାନ ପୂର୍ବକ ହେବା ଉଚିତ୍ । ଏପରି ମାମଲାରେ ଅଭିଯୋଗକାରିଣୀ ପ୍ରକୃତରେ ଅଭିଯୁକ୍ତକୁ ବିବାହ କରିବାକୁ ଚାହୁଁଛନ୍ତି, ନା ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି ତାର ତଦନ୍ତ ହେବା ଉଚିତ୍ । ସେହିପରି ଅଭିଯୁକ୍ତ ନିଜ ଯୌନ ପୂର୍ତ୍ତି ପାଇଁ ମହିଳାଙ୍କୁ ପ୍ରଲୋଭିତ କରିଛି ନା ନାହିଁ ତାହା ଯାଂଚ ହେବା ଜରୁରୀ । ଯଦି ଖରାପ ଉଦ୍ଦେଶ୍ୟ ରଖି ମହିଳାଙ୍କ ସହ ଅଭିଯୁକ୍ତ ସଂପର୍କ ରଖିଥାଏ, ତେବେ ଦୁଷ୍କର୍ମ ମାମଲା ହୋଇପାରିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଏକ ଡାକ୍ତରଙ୍କ ବିରୋଧରେ ଜଣେ ନର୍ସ ଆଣିଥିବା ଆବେଦନକୁ ଖାରଜ କରି ଏହି ରାୟ ଦେଇଛନ୍ତି । ଅଭିଯୋଗ ଅନୁସାରେ ଜଣେ ବିଧବା ନର୍ସ ସହ ଡାକ୍ତରଙ୍କ ପ୍ରେମ ସଂପର୍କ ପରେ ଦୁହେଁ ଲିଭ ଇନ ପାର୍ଟନରସିପରେ ରହୁଥିଲେ । ଖଣ୍ଡପୀଠ କହିଛନ୍ତି ଯଦି ଅଭିଯୁକ୍ତର ଉଦ୍ଦେଶ୍ୟ ମନ୍ଦ ନୁହେଁ ତେବେ ଦୁଷ୍କର୍ମ ଅଭିଯୋଗକୁ ଛାଡି ଏହି ମାମଲାର ଶୁଣାଣି ଅଲଗା ଭାବେ ହେବା ଉଚିତ୍ ।