ପ୍ରଥମ ଥର ପାଇଁ ଭାରତର ସବୁଠାରୁ ବଡ଼ ନାଲିବତୀ ଅଞ୍ଚଳ କୋଲକାତାର ସୋନାଗାଚ୍ଛିକୁ ଲୋକେ ବାସନା ପାଇଁ ନୁହେଁ ବରଂ ଅନ୍ୟ କିଛି କାରଣ ହେତୁ ଆକର୍ଷିତ ହୋଇଛନ୍ତି । ସୋନାଗାଚ୍ଛିର ବାସିନ୍ଦାମାନେ ପ୍ରମାଣିତ କରିଛନ୍ତି ଯେ କଳାକୁ ଭଲପାଇବା ବା ସମ୍ମାନ ଦେବାର ଅଧିକାର ଦେଶର ପ୍ରତ୍ୟେକ ନାଗରିକଙ୍କର ଅଛି। କଥାଟି ହେଉଛି ଫୁଟବଲ୍ ବିଶ୍ୱ କପକୁ ନେଇ ସୋନାଗାଚ୍ଛିରେ ଦେଖିବାକୁ ମିଳିଛି ଭଳି ଭଳି ରଂଗ ବେରଂଗର କାରୁକାର୍ଯ୍ୟ।
ସୋନାଗାଚ୍ଛିର କାନ୍ଥବାଡ଼ରୁ ନେଇ ଭୂଇଁ ପର୍ଯ୍ୟନ୍ତ ଆଦି ଅନେକ ସ୍ଥାନରେ ଫୁଟବଲ୍ ଖେଳାଳିଙ୍କଠାରୁ ଆରମ୍ଭ କରି ଫୁଟବଲ୍ ଖେଳ ସଂକ୍ରାନ୍ତୀୟ ଚିତ୍ର ସବୁ ଦେଖିବାକୁ ମିଳିଛି।
ଫୁଟବଲ୍ ଖେଳର ଖୁସି ମନାଇବା ପାଇଁ ଏମାନେ ନାନା ରଂଗରେ ଚିତ୍ରଣ କରିଛନ୍ତି। ସୋନାଗାଚ୍ଛି କାନ୍ଥରେ ବ୍ରାଜିଲର ଚିତ୍ର ସହ ନେୟମାର୍ ଓ କୋଉଠିନ ଆଦିର ପୋଷ୍ଟର୍ କରାଯାଇଛି।
ଇଣ୍ଟେରିୟାର୍ ଡିଜାଇନର୍ ସୁଭମ୍ ରୟ କହିଛନ୍ତି, ‘ଉତ୍ତର କୋଲକାତାର ପ୍ରାୟତଃ ସମସ୍ତ ରାସ୍ତା ଚିତ୍ରରେ ଭର୍ତ୍ତି ହୋଇ ଯାଇଛି। ସେହି ଅଞ୍ଚଳର ଫଟୋଗୁଡ଼ିକ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/kolkata_sonagachi_red_light_colors_soccer_1530440245_725x725.jpg)
/kanak/media/post_attachments/wp-content/uploads/2018/07/kolkata_sonagachi_football_art_design_1530440070-200x300.jpg)