ସମ୍ବଲପୁର ଗଣଦୁଷ୍କର୍ମ ମାମଲାରେ ୪ ଗିରଫ । ୨୦ ଦିନରେ ହେବ ଚାର୍ଜସିଟ୍, ମାମଲାକୁ କରାଯିବ ରେଡ ଫ୍ଲାଗ ଶ୍ରେଣୀ ଭୁକ୍ତ
ପୀଡିତାଙ୍କର ଅବସ୍ଥା ଗୁରୁତର
କନକ ବ୍ୟୁରୋ: ସମ୍ବଲପୁର ଗଣଦୁଷ୍ମର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ତେବେ ଆଜି ସେମାନଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି କନୱର ବିଶାଲ ସିଂ । ସେହିଭଳି ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ମାମଲାକୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯିବା ସହ ୨୦ ଦିନ ଭିତରେ ମାମଲାର ତଦନ୍ତ କରି ଚାରସିଟ୍ ଦାଖଲ କରିବାକୁ ନିଷ୍ପତି କରାଯାଇଛି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏବଂ ବୁର୍ଲା ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯଦି ଆଉ କିଏ ସଂପୃକ୍ତ ଥାନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଅଭିଯୁକ୍ତମାନଙ୍କୁ କିଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ସେଥିପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ପୋଲିସ ଲାଗିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି କନୱର ବିଶାଲ ସିଂହ । ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି ଏସପି । ଏବଂ ପୀଡିତାଙ୍କୁ ନ୍ୟାୟ ମିଳିବା ସହ ଅଭିଯୁକ୍ତଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ ବୋଲି କହିଛନ୍ତି କନୱର ବିଶାଲ ସିଂହ ।
ଦୁଷ୍କର୍ମ ଓ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସମ୍ବଲପୁରରେ ଘଟିଛି ଏକ ସଂଘାତିକ ଘଟଣା । ସମ୍ବଲପୁର ସହର ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ମୁମୂର୍ଷ ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ବରେଇପାଲି ଅଂଚଳରୁ ଗୁରୁତର ଅବସ୍ଥାରେ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଛି । ବୁର୍ଲା ମେଡିକାଲରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଇଛି ।