କନକ ବ୍ୟୁରୋ : ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଖେଳାଳିମାନେ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଟିମ୍ର ସମସ୍ତ ସଦସ୍ୟ ନିଜ ବାହୁରେ କଳା ପଟି ବାନ୍ଧିଥିଲେ ।
ସୂଚନାଯୋଗ୍ୟ, ଶୁକ୍ରବାର ଜାନୁଆରି ୧୭ ତାରିଖରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ପରଲୋକ ହୋଇଥିଲା । ବାପୁ ନାଦକର୍ନୀଙ୍କ ପରଲୋକରେ ଶୋକପ୍ରକାଶ କରି ଭାରତୀୟ ଖେଳାଳିମାନେ ନିଜର ବାହୁରେ ଏପରି କଳାପଟି ପିନ୍ଧିଥିବା ଜଣାପଡ଼ିଛି ।
ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କରି କ୍ରମାଗତ ୨୧ ଓଭରରେ ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ । ସେ ଦେଶ ତରଫରୁ ୪୧ଟି ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ହାସଲ କରିଥିଲେ । ୧୩ବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍ ପାଇଁ ଟେଷ୍ଟ କ୍ରିକେଟ ଖେଳୁଥିବା ବାପୁ ନାଦକର୍ନୀଙ୍କ ୮୬ବର୍ଷ ବୟସରେ ନିଧନ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/India.png)