ଭାରତ ଆସିବାକୁ ଚାହୁଁଛନ୍ତି ବାଙ୍ଗାଲୋର ଚିଟଫଣ୍ଡ ସ୍କାମ୍ ମାମଲାରେ ଫେରାର ଥିବା ମନସୁର । ଲୋଡିଲେ ପୋଲିସ କମିଶନରଙ୍କ ସହାୟତା ।

134

କନକ ବ୍ୟୁରୋ : ବାଙ୍ଗାଲୁର ଚିଟଫଣ୍ଡ ସ୍କାମ ମାମଲା । ସାମ୍ନାକୁ ଆସିଲା ଆଇଏମଏର ସଂସ୍ଥାପକ ତଥା ଭାରତ ଛାଡି ଫେରାର ଥିବା ମନସୁର ଖାନଙ୍କ ଭିଡିଓ । ଭିଡିଓ ଜାରି କରିବା ସହ ମନସୁର କହିଛନ୍ତି ସେ ଭାରତ ଆସିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ସେ ବାଙ୍ଗାଲୁର ପୁଲିସ କମିଶନରଙ୍କ ସହାୟତା ଚାହୁଁଛନ୍ତି । ଏଥିସହ ମନସୁର ଖାନ କିଛି ରାଜନେତା ଓ ଅଧିକାରୀଙ୍କୁ କମ୍ପାନୀ ବୁଡିଯିବା ନେଇ ଦାୟୀ କରିଛନ୍ତି । ତା ସହ ଲୋକଙ୍କ ଅର୍ଥ ଫେରସ୍ତ କରିବା କଥା କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ଏହା ସହ ସେ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି ।

ୟ୍ୟୁଟୁବରେ ଆଇଏମଏ ପେଜରେ ମନସୁର ୧୮ ମିନିଟର ଭିଡିଓ ଜାରି କରିଛନ୍ତି । ତା ସହ ଆଇଏମଏର କର୍ମଚାରୀଙ୍କ ଇମେଲ ଆଇଡିରେ ଏହା ପଠାଇଛନ୍ତି ମନସୁର । ଗତ ଜୁନ ୮ ତାରିଖରେ ମନସୁର ଭାରତ ଛାଡି ଫେରାର ହୋଇଯାଇଥିଲେ । ଚିଟଫଣ୍ଡ ସଂସ୍ଥା ଜରିଆରେ ମନସୁର ଅନେକ ଲୋକଙ୍କୁ ଠକିଥିବା ନିବେଶକମାନେ ଅଭିଯୋଗ କରିଥିଲେ । ମନସୁର ମୁସଲିମମାନଙ୍କୁ ହାଇ ରିଟର୍ଣ୍ଣର ପ୍ରତିଶତ ଦେଇ ପାଖାପାଖି ୧୫ଶହ କୋଟି ଟଙ୍କା ଠକେଇ କରିଥିଲେ । ବାଙ୍ଗାଲୁର ସିଟି ପୁଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ।