ବିଜେଡି ବନାମ ଭର୍ତୃହରି ! ବାରମ୍ବାର ସାଂସଦଙ୍କ ବୟାନ ନେଇ ଟିପ୍ପଣୀ ଦେବାକୁ ନବୀନ ଅନିଚ୍ଛୁକ

31

କନକ ବ୍ୟୁରୋ: ବୈଜୟନ୍ତ ପରେ ଭର୍ତୃହରି । ବ୍ୟକ୍ତିଗତ ମତ କହି ଗଣମାଧ୍ୟମରେ ବିଜେଡି ପରିଚାଳନାକୁ ନେଇ ପ୍ରଶ୍ନ କରୁଥିବାରୁ ଦଳୀୟ ନେତାଙ୍କ ଟାର୍ଗେଟ୍ରେ । ହୁଏତ ଏହି ଘଟଣାର ତିନି ଦିନ ପରେ ବି ଆଟିକିଲ ନ ପଢିଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ, ହେଲେ ଭର୍ତୃହରିଙ୍କ ମତକୁ ଦଳର ବରିଷ୍ଠ ନେତା ନିନ୍ଦା କରିଛନ୍ତି । ସିଧାସଳଖ ନ ହେଲେ ବି କାର୍ଯ୍ୟାନୁଷ୍ଠାନ ନେବା ଦିଗକୁ ଇସାରା ଦେଇଛନ୍ତି ।

ତିନି ଦିନରେ ଦୁଇ ଦୁଇ ଥର ବିଜେଡିର କ୍ଷମତା ଓ ଦୁର୍ବଳତାକୁ ଆଟିକିଲ ଜରିଆରେ ପ୍ରକାଶ କରାଇଲେ ସାଂସଦ ଭର୍ତ୍ତୃହରି ମହତାବ । ହେଲେ ଆଟିକିଲ ନପଢିଥିବା କହି ଦୁଇ ଦୁଇ ଥର ଗଣମାଧ୍ୟମ ପ୍ରଶ୍ନକୁ ଏଡାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ନବୀନ ବିଜେପି-କଂଗ୍ରେସଠାରୁ ସମଦୂରତା ରକ୍ଷା କରିବା କଥା କହୁଥିବାବେଳେ ଭର୍ତ୍ତୃହରି କଂଗ୍ରେସ ସହ ମେଂଟ ପ୍ରସ୍ତାବ ଦେଇଥିଲେ । ଏ ନେଇ ଦଳ ପକ୍ଷରୁ ତାଙ୍କୁ କୈଫତ୍ ତଲବ କରାଯାଇଥିଲା । ହେଲେ ଏଯାଏଁ ଭର୍ତ୍ତୃହରି କଣ ଉତ୍ତର ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନି । ହେଲେ କେଉଁଠି ନା କେଉଁଠି ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଯାହା ବୈଜୟନ୍ତ ଓ ଭର୍ତ୍ତୃହରିଙ୍କ ଗଣମାଧ୍ୟମରେ ମତରୁ ଜଣା ପଡୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –