କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି । କଳାଧନ ଓ ଜାଲନୋଟ ଉପରେ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆରଟିଆଇ ସୂଚନାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷରେ ୨ ହଜାର ଟଙ୍କିଆ ନୋଟ ନ ଛାପିବା ପାଇଁ ଆରବିଆଇ ନିଷ୍ପତି ନେଇଥିବା ଜଣାପଡିଛି ।
ଆରବିଆଇର ମୁଦ୍ରଣ ମୁଦ୍ରଣ ପ୍ରାଇଭେଟ ଲିମିଟେଡ ଚଳିତ ବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ ଛାପିବ ନାହିଁ । ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରିବା ପରେ ୫ଶହ ଓ ଏକ ହଜାର ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା । ପ୍ରତିବଦଳରେ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟର ପ୍ରଚଳନ । ଆରଟିଆଇ ସୂଚନା ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୩ ହଜାର ୫୪୨ ଦଶମିକ ନଅ ନଅ ଏକ ମିଲିୟନ ୨ ହଜାର ଟଙ୍କିଆ ନୋଟ ଛପାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/2000.jpg)
/kanak/media/post_attachments/wp-content/uploads/2019/10/2000_note-300x169.jpeg)