ଯଦି ଆପଣ ଅନଲାଇନ୍ ଟଙ୍କା ନେଣଦେଣ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ରହିଛି । ଆରବିଆଇ ଇଣ୍ଡିଆ ଗ୍ରାହକଙ୍କ ଟଙ୍କା ନେଣଦେଣ ପାଇଁ ଟାଇମ୍ ଗ୍ରାସ୍ ସେଟଲମେଣ୍ଟ୍ (ଆରଟିଜିଏସ୍) ର ସମୟସୀମାରେ ପରିବର୍ତ୍ତନ କରିଛନ୍ତି । ଏହି ନୂଆ ନିୟମ ଅଗଷ୍ଟ ୨୬ ତାରିଖଠାରୁ ଆରମ୍ଭ ହେବ । ଆରବିଆଇ ମୁତାବକ , ଆରଟିଜିଏସ୍ ଜରିଆରେ ବଡ ରାଶିର ଟ୍ରାଞ୍ଜାକ୍ସନ୍ ସୁବିଧା ଅଗଷ୍ଟ ୨୬ ତାରିଖ ସକାଳ ୭ ଟା ସମୟରୁ ଉପଲବ୍ଧ ହେବ ।
ତେବେ ଗ୍ରାହକଙ୍କ ପାଇଁ ଏହି ସୁବିଧାକୁ ସକାଳ ୮ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଉପଲବ୍ଧ କରାଯିବ । ଅନ୍ୟପକ୍ଷରେ ବ୍ୟାଙ୍କରେ ନେଣଦେଣ ପାଇଁ ସକାଳ ୮ ଟାରୁ ସନ୍ଧ୍ୟା ୭.୪୫ ମିନିଟ୍ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଆରବିଆଇ ଏହି ସମ୍ବନ୍ଧରେ ଏକ ନୋଟିଫିକେସନ୍ ମଧ୍ୟ ଜାରି କରିଛି । ଆପଣଙ୍କୁ କହିରଖୁଛୁ ଆରଟିଜିଏସ୍ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ର ଏକ ମାଧ୍ୟମ ଅଟେ । ଯାହାର ଉପଯୋଗ ମୁଖ୍ୟତଃ ବଡଅଙ୍କର ରାଶିକୁ ଟ୍ରାନ୍ସଫର୍ କଲା ସମୟରେ ବ୍ୟବହାର କରାଯାଏ । ଏହାକୁ ବ୍ୟବହାର କରି ନ୍ୟୁନତମ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯାଇପାରିବ । କିଛି ଦିନ ତଳେ ଆରବିଆଇ ଏହା ଉପରେ ଲାଗିଥିବା ଚାର୍ଜକୁ ହଟାଇ ଦେଇଥିଲା । ରବିବାର ଏବଂ ଛୁଟିଦିନ ମାନଙ୍କରେ ଆରଟିଜିଏସ୍ ର ସେବା ଉପଲବ୍ଧ ନଥାଏ ।
ନିକଟରେ ଆରବିଆଇର ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ର ଏକ ଅନ୍ୟ ମାଧ୍ୟମ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଜରିଆରେ ୨୪ ଘଣ୍ଟା ଟ୍ରାଞ୍ଜାକ୍ସନ୍ ର ଅନୁମତି ଦେବାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରୁ ଏହି ପରିବର୍ତ୍ତନ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Online-money-transfer-free-now-Cancellation-of-fees-by-RBI-696x398.jpg)
/kanak/media/post_attachments/wp-content/uploads/2019/08/90007-rbi-rupee-online-pixabay-reuters-pti-300x168.png)
/kanak/media/post_attachments/wp-content/uploads/2019/08/mobilebanking-505_021612014436-647_041316115328_120516083527_0-300x187.jpg)