ଖୁବଶୀଘ୍ର ଜାରି ହେବ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ । ରିଜର୍ଭ ବ୍ୟାଙ୍କ୍ ଦେଲା ସୂଚନା

459

୨୦୦ ଓ ୫୦୦ ଟଙ୍କିଆ ନୂଆ ନୋଟ ଖୁବଶୀଘ୍ର ଜାରି କରିବ ଆରବିଆଇ । କିଛି ପରିବର୍ତ୍ତନ ସହ ଏହି ନୂଆ ନୋଟ ଜାରି କରାଯିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରିଜର୍ଭ ବ୍ୟାଙ୍କ ମୁତାବିକ, ମହାତ୍ମା ଗାନ୍ଧି ସିରିଜରେ ନୂଆ ନୋଟ ଲଞ୍ଚ କରାଯିବ । ଅଥାର୍ତ ଏହି ନୂଆ ନୋଟରେ ମହାତ୍ମା ଗାନ୍ଧିଙ୍କ ଫଟୋ ରହିବ । କିନ୍ତୁ ଏଥିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ବଦଳିଯିବ ।

ଏବେ ବଜାରକୁ ଆସୁଥିବା ୨୦୦ ଓ ୫୦୦ ଟଙ୍କିଆ ନୋଟରେ ପୂର୍ବ ଆରବିଆଇ ଗଭର୍ଣ୍ଣର ଉରଜିତ ପଟେଲଙ୍କ ହସ୍ତାକ୍ଷର ରହିଛି । କିନ୍ତୁ ଆଗାମୀ ଦିନରେ ଆସିବାକୁ ଥିବା ନୋଟ ଗୁଡିକରେ ଏବେ ଗଭର୍ଣ୍ଣର ଥିବା ଶକ୍ତିିକାନ୍ତ ଦାସଙ୍କ ହସ୍ତାକ୍ଷର ରହିବ । ନୂଆ ନୋଟ ଆସିବା ପରେ ମଧ୍ୟ ପୁରୁଣା ୨୦୦ ଓ ୫୦୦ ଟଙ୍କା ପ୍ରଚଳନ ହୋଇପାରିବ । ତେବେ ଏହି ନୂଆ ନୋଟର ଡିଜାଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏହାପୂର୍ବରୁ ଜାରି କରାଯାଇଥିବା ନୂଆ ୫୦ ଓ ୧୦୦ ଟଙ୍କିଆ ନୋଟରେ ଏବେ ଆରବିଆଇ ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାଶଙ୍କ ହସ୍ତାକ୍ଷର ରହିଛି ।

ବିମୁଦ୍ରାକରଣ ପରେ ଆରବିଆଇ ୧୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୂଆ ନୋଟ ଜାରି କରିଛି । ପୂର୍ବରୁ ବିମୁଦ୍ରାକରଣର ଘୋଷଣା ସହ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରାଯାଇଥିଲା ।