ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର । ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ନେଇ ନବୀନଙ୍କ ସହ ଆଲୋଚନା କଲେ ଶକ୍ତିକାନ୍ତ ।

290

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୭ ବର୍ଷ ପରେ ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ମିଟିଂ ଭୁବନେଶ୍ୱରରେ ହେଉଛି । ଆସନ୍ତାକାଲି ହେବାକୁ ଥିବା ଏହି ମିଟିଂରେ ଯୋଗ ଦେବାକୁ ଆସିଛନ୍ତି ଶକ୍ତିକାନ୍ତ ଦାସ ।

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ଆରବିଆଇ ଗଭର୍ନର କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଡିଟିଜାଲ୍ ପେମେଂଟ, କୃଷି କ୍ଷେତ୍ରରେ ବ୍ୟାଙ୍କ ଋଣ, ରାଜ୍ୟ ସରକାରଙ୍କ ଇ କୁବେର ପ୍ଲାଟଫର୍ମରେ ଡିବିଟି ପେମେଣ୍ଟ, ବ୍ୟାଙ୍କ ବ୍ରାଞ୍ଚର ପ୍ରେଜେନ୍ସ ଆଦି ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର । ସେ କହିଛନ୍ତି, ବ୍ୟାଙ୍କିଙ୍ଗ ଫିଲ୍ଡରେ ସବୁବେଳେ ନୂଆ ଚ୍ୟାଲେଞ୍ଜ ଆସେ । ଏହା ଏବେର ସମସ୍ୟା ନୁହେଁ, ବିଗତ ୨୦, ୩୦ ବର୍ଷର ସମସ୍ୟା । ବ୍ୟାଙ୍କ ଗୁଡିକୁ ଏହି ସବୁ ସମସ୍ୟା ସହ ଡିଲ୍ କରିବାକୁ ପଡିବ ।