ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ ଓ ୨୨ ଜଣ ଆହତ

12

ରାୟଗଡା : ଘରୋଇ ବସ୍ ଦୁର୍ଘଟଣାରେ ମହିଳା ମୃତ । ଏଥିସହ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉମରକୋଟରୁ ବ୍ରହ୍ମପୁର ଯାଉଥିବା କାମଧେନୁ ନାମକ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାୟଗଡା ଜିଲ୍ଲା କତପେଟା ଗାଁ ନିକଟରେ ଏକ ସ୍କୁଲକୁ ଧକ୍କା ଦେଇଥିଲା ବସ୍ । ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଆହତଙ୍କୁ ଉଦ୍ଧାର କରିଥିବାବେଳେ ତଦନ୍ତ ଚଳାଇଛି । ଡ୍ରାଇଭର ଭାରସାମ୍ୟ ହରାଇ ଗାଁରେ ଏକ ସ୍କୁଲକୁ ଧକ୍କା ଦେଇଥିବା ଆହତ ଯାତ୍ରୀମାନେ କହିଛନ୍ତି ।