ମୁଁ ସରକାରଙ୍କ ସହ ଅଛି… ନବୀନ ନିବାସରେ ଏଭଳି କହିଲେ ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ମନ୍ତବ୍ୟ ପରେ ବିଜେଡିରେ ମିଶିବା ନେଇ ବଢିଲା ଚର୍ଚ୍ଚା

ବିଜେଡିରେ ମିଶିଯିବେ କି ମକରନ୍ଦ ମୁଦୁଲି ? ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ନବୀନଙ୍କ କ୍ୟାମ୍ପକୁ ଆସିବେ କି ? ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶ ପାଇଁ ନବ ଦାସଙ୍କ ପରି ମକରନ୍ଦ ବି ଶଙ୍ଖ ଫୁଙ୍କିବେ କି ?

778

କନକ ବ୍ୟୁରୋ: ବିଜେଡିରେ ମିଶିଯିବେ କି ମକରନ୍ଦ ମୁଦୁଲି ? ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ନବୀନଙ୍କ କ୍ୟାମ୍ପକୁ ଆସିବେ କି ? ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶ ପାଇଁ ନବ ଦାସଙ୍କ ପରି ମକରନ୍ଦ ବି ଶଙ୍ଖ ଫୁଙ୍କିବେ କି ? ନବୀନ ନିବାସରେ ‘ମୁଁ ସରକାରଙ୍କ ସହ ଅଛି…’ ବୋଲି ମକରନ୍ଦଙ୍କ ମନ୍ତବ୍ୟ ପରେ ସେ ବିଜେଡିରେ ମିଶୁଥିବା ଚର୍ଚ୍ଚା ହେଉଛି । ତେବେ ଚର୍ଚ୍ଚାକୁ ଫର୍ଚ୍ଚାକୁ କରି ସ୍ୱାଧୀନ ବିଧାୟର ମକରନ୍ଦ କହିଛନ୍ତି ଜଣେ ସ୍ୱାଧୀନ ବିଧାୟକ ଲୋକଙ୍କ ସେବା କେମିତି କରିବ ? ତେଣୁ ସରକାରଙ୍କୁ ସହଯୋଗ କରି ତାଙ୍କ ଠାରେ ହାତପାତି ଅଞ୍ଚଳର ବିକାଶ କରିବାକୁ ଚାହୁଁଛୁ ।

ତେବେ ଲକ୍ଷ୍ମୀପୁର ଓ ରାୟଗଡା ସୀମାନ୍ତରେ ଆଦିତ୍ୟ ବିର୍ଲା ଏକ କଂପାନୀ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ମକରନ୍ଦ ଏବଂ ଅଞ୍ଚଳବାସୀ ଆସିଥିଲେ । ଆଉ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମକରନ୍ଦ ଛିଡା ହୋଇ ଫଟୋ ଉଠାଇଥିଲେ । ତେବେ ନବୀନଙ୍କ ପାଖରେ ମକରନ୍ଦଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ବଢିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି ମକରନ୍ଦ । ସେ କହିଛନ୍ତି ଯେ, ସେ ସରକାରଙ୍କ ସହ ଅଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ନବୀନ ଓଡିଶାର ମୁଖ୍ୟମନ୍ତ୍ରୀ, ଆମ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନ ହେବ ସେ ଲୋକଙ୍କ ବିକାଶ ପାଇଁ କାମ କରି ଆସୁଥିବାରୁ ମୁଁ ତାଙ୍କ ସହ ଅଛି । ସରକାର ଯୁଆଡେ, ମୁଁ ସେଆଡେ ବୋଲି ମକରନ୍ଦ କହିଛନ୍ତି ।

ତେବେ ସେ ସରକାରଙ୍କ ସହ ଅଛନ୍ତି ମାତ୍ର ବିଜେଡି ସହ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମକରନ୍ଦ । ଆଗାମୀ ଦିନରେ କଣ ହେବ ସେନେଇ ଆଗକୁ ନିଷ୍ପତ୍ତି ନିଆଯିବ ମାତ୍ର ଆମେ ସବୁ ସରକାରଙ୍କ ସହ ଅଛୁ ଏହା ସତ ବୋଲି ମକରନ୍ଦ ଜୋର ଦେଇ କହିଛନ୍ତି ।

୨୦୧୯ ନିର୍ବାଚନରେ ବିଜୟ ହୋଇ ଚର୍ଚ୍ଚାକୁ ଆସିଥିଲେ ମରକରନ୍ଦ । ସବୁଠାରୁ ଗରିବ ବିଧାୟକ ଭାବେ ଅଳ୍ପ ଟଙ୍କା ଖର୍ଚ୍ଚ କରି ବିଜେତା ହୋଇ ସେ ଚର୍ଚ୍ଚିତ ହୋଇଥିଲେ । ଭୋଟ ବେଳେ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଥିବା ବେଳେ ମକରନ୍ଦ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଖରେ ପହଞ୍ଚିଥିଲେ । ସେବା ଉଦ୍ଦେଶ୍ୟ ରଖି ଛିଡା ହୋଇଥିବା ମକରନ୍ଦଙ୍କ ପ୍ରଚାର ପାଇଁ କିଏ ଲିଫଲେଟ ବାଣ୍ଟିଥିଲା ତ ଆଉ କିଏ ଗାଡିରେ ତେଲ ପକାଇ ତାଙ୍କୁ ବୁଥରୁ ବୁଥ ବୁଲାଇଥିଲା । ଆଉ ଶେଷରେ ସେ ଜିତିଥିଲେ । ତେବେ ବିଜୟ ପରେ ଲୋକଙ୍କ ସେବା ପାଇଁ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ଅର୍ଥ ଆଉ ସରକାରୀ ସହଯୋଗ । ତେଣୁ ସେ ସରକାରଙ୍କ ସହଯୋଗ ଲୋଡୁଥିବା ସହ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି ।