ଦୁଷ୍କର୍ମ ପୀଡିତାଙ୍କୁ ରକ୍ଷା କରି ହିରୋ ପାଲଟିଲେ ଯୁବକ ! ଚଳନ୍ତା ଟ୍ରେନରୁ ଦୁର୍ବୁତ୍ତ କୁ ମାଡ ମାରି ଦୁଷ୍କର୍ମ ପୀଡିତାଙ୍କୁ ରକ୍ଷା କଲେ ଯୁବକ । 

56

ଜଣେ ମଧ୍ୟବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରି ନାଁ ପକାଇଲେ ଆଉ ଜଣେ ଯୁବକ ପୀଡିତାଙ୍କୁ ରକ୍ଷା କରିବାକୁ ଯାଇ ଚଳନ୍ତା ଟ୍ରେନକୁ ଡେଇଁ ପଡିଲେ । ଏଭଳି ଏକ ଘଟଣା ଘଟିଛି ଚେନ୍ନାଇର ଚିନ୍ତାଦ୍ରିପେଟ୍ ଠାରେ । ଚିନ୍ତାଦ୍ରିପେଟ୍ ପାର୍କ ଷ୍ଟେସନରେ ଏକ ଏମଆରଟିଏସ୍ ଚଳନ୍ତା ଟ୍ରେନରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ସତ୍ୟରାଜ୍ ନାମକ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲେ । ମଧ୍ୟରାତ୍ରି ହୋଇଥିବାବେଳେ କମ୍ପାର୍ଟମେଣ୍ଟରେ ଲୋକଙ୍କ ଗହଳିଚହଳି ମଧ୍ୟ ନଥିଲା । ଟେନର ଶବ୍ଦରେ ଯୁବତୀଙ୍କ ଚିତ୍କାର ମଧ୍ୟ କାହାରିକୁ ଶୁଭିନଥିଲା । କିନ୍ତୁ ଅନ୍ୟ ଏକ କମ୍ପାର୍ଟମେଣ୍ଟରେ ଥିବା ୨୬ ବର୍ଷୀୟ କେ.ଶିବାଜୀ ଉକ୍ତ ପୀଡିତାଙ୍କ କରୁଣ ଚିତ୍କାର ଶୁଣିଥିଲେ । ଟ୍ରେନର ଗତି ଧିର ପଡିବା କ୍ଷଣି ସେ ବିଳମ୍ବ ନକରି ପୂର୍ବ କମ୍ପାର୍ଟମେଣ୍ଟ ଭିତରକୁ ପଶି ଦୁର୍ବୁତ୍ତ କବଳରୁ ପୀଡିତାଙ୍କୁ ରକ୍ଷା କରିଥିଲେ । ଶିବାଜୀ ଜଣେ ରେଳବାଇ ବିଭାଗର କନେଷ୍ଟବଳ । ପୀଡିତାଙ୍କୁ ଉଦ୍ଧାର କରିବା ପରେ ଶିବାଜୀ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ଦୁର୍ବୁତ୍ତ ସତ୍ୟରାଜକୁ ରେଳବାଇ ପାଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।