ପୁଣି ସୋସିଆଲ୍ ମିଡିଆରେ ଘୁରିବୁଲିଲା ଆଉ ଜଣେ ଭଣ୍ଡବାବାଙ୍କ କେଳେଙ୍କାରୀ ! ଆଶ୍ରମକୁ ଆସୁଥିବା ମହିଳା ଶ୍ରଦ୍ଧାଳୁ ଏବଂ ନାବାଳିକାଙ୍କ ସହ ରଖୁଥିଲେ ଯୌନ ସଂବନ୍ଧ ।

1,358

ବାବା ରାମ ରହିମ୍ ଏବଂ ଆଶାରାମ୍ ବାପୁଙ୍କ ପରେ ହରିୟାଣାର ଆଉ ଜଣେ ବାବା ଏବେ ଚର୍ଚ୍ଚାରେ । ଏହି ବାବାଙ୍କ ନାଁରେ ମହିଳାଙ୍କ ସାଙ୍ଗରେ ଯୌନ ଶୋଷଣ ଏବଂ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଭଳି ଅଭିଯୋଗ ଲାଗିଛି । ହରିୟାଣାର ଗୁରୁଗ୍ରାମ୍ ର ବହେଡା କଲା ଗାଁର ବାବା ଜ୍ୟୋତିଗୀରି ମହାରାଜ୍ ଏକାଧିକ ମହିଳାଙ୍କ ସହ ଯୌନ ଶୋଷଣରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲେ ଏବଂ ତାଙ୍କ ବିପକ୍ଷରେ ଅଭିଯୋଗ ମଧ୍ୟ କରାଯାଇଛି । ଅସଲ କଥା ହେଉଛି ବାବା ଜ୍ୟୋତିଗୀରି ମହାରାଜଙ୍କ ଏକାଧିକ ଅଶ୍ଲୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ୍ ଏନେଇ ଏତଲା ଦାୟର୍ କରିଥିଲା । ଏବେ ଗୁରୁଗ୍ରାମ୍ ପୋଲିସ୍ ର ସାଇବର୍ ସେଲ୍ ଏହି ଭିଡିଓ ସବୁର ଜାଞ୍ଚ୍ କରୁଛି । ଏଭଳି ଭିଡିଓକୁ ପ୍ରସାରିତ କରିଥିବା ଲୋକଙ୍କ ବିରୁଦ୍ଧରେ ଏବେ ଏଫଆଇଆର୍ ଦିଆଯାଇଛି । ଏହି ସବୁ ଭିଡିଓ ଭାଇରାଲ୍ ହେବା ପରେ ତଥାକଥିତ ବାବା ଆଶ୍ରମରୁ କୁଆଡେ ଗାଏବ୍ ହୋଇଯାଇଛନ୍ତି । ବାବାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି ଯେ ଆଶ୍ରମକୁ ଆସୁଥିବା ପ୍ରତ୍ୟେକଟି ମହିଳା ଏବଂ ନାବାଳିକାଙ୍କୁ ଏହି ରଙ୍ଗିଲା ବାବା ଦୁଷ୍କର୍ମ କରୁଥିଲେ ଏବଂ ଏପର୍ଯ୍ୟନ୍ତ ୧୨ ରୁ ଅଧିକ ପିଲାଙ୍କ ସହ ସଂବନ୍ଧ ରଖିସାରିଲେଣି । ଏହି ମାମଲାରେ ଏତଲା ଦେଇଥିବା ମହିଳା ଜଣକ ମଧ୍ୟ ଜଣେ ପୀଡିତା । ମାମଲା ସାମ୍ନାକୁ ଆସିବା ପରେ ଏହାର ଏକ କପି ରାଷ୍ଟ୍ରୀୟ ମହିଳା ଆୟୋଗ , ହରିୟାଣା ମହିଳା ଆୟୋଗ ଏବଂ ଅଧିକାରୀମାନଙ୍କୁ ମଧ୍ୟ ପଠାଇ ଦିଆଯାଇଛି ।

ଏହି ମାମଲାରେ ଜଡିତ ଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଭାଇରାଲ୍ କରିଥିବା ଲୋକଙ୍କ ବିରୁଦ୍ଧରେ ଏଥିପାଇଁ ଏତଲା ଦିଆଯାଇଛି କାରଣ , ଏତଲା ଦେଇଥିବା ମହିଳା ଜଣଙ୍କର ଭିଡିଓ ମଧ୍ୟ ଭିଡିଓ ଲିଷ୍ଟରେ ସାମିଲ୍ ଯାହା ଏବେ ଇଣ୍ଟରନେଟ୍ ରେ ଘୁରିବୁଲୁଛି । ଏହି ରଙ୍ଗିଲା ବାବାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି । ଏହି ବାବା ପ୍ରଥମେ ଆଇଏଏସ୍ ଥିଲେ ପରେ ସଂସାର ମୋହମାୟା ତ୍ୟାଗ କରି ବୈରାଗୀ ହୋଇଗଲେ । ବାବାଙ୍କ ଅନେକ ଆଶ୍ରମ ରହିଛି । ଶୁଣିବାକୁ ମିଳୁଛି ଯେ ଅନେକ ସରକାରୀ ମନ୍ତ୍ରୀ ଏବଂ ରାଜନେତା ଏହି ବାବାଙ୍କର ପାଖଲୋକ ।