ପଦ୍ମାବତୀ ସୁଟିଂ ସେଟରେ ଝଗଡା ! ରଣବୀର ଦୁଇ ମାସର ଦରମା ଦେଇ ନ ଥିବାରୁ ଡ୍ରାଇଭର କଲେ ହଙ୍ଗାମା

44

ବଲିଉଡ ଅଭିନେତା ରଣବୀର ସିଂହ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ଆଉ ଏଥିପାଇଁ ତାଙ୍କ ଭାଉ କାହିଁରେ କ’ଣ । ଏବେ ତାଙ୍କ ଫିଲ୍ମ ପଦ୍ମାବତୀର ସୁଟିଂ ଚାଲିଛି । ଆଉ ଏହି ଫିଲ୍ମ ପାଇଁ ମଧ୍ୟ ରଣବୀର ଅଧିକ ପାରିଶ୍ରମିକ ନେଇଛନ୍ତି । କିନ୍ତୁ ସୁଟିଂ ସେଟରେ ତାଙ୍କୁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଯାହା ତାଙ୍କୁ ଏବେ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି ।

ଖବର ଅନୁଯାୟୀ, ପଦ୍ମାବତୀ ଫିଲ୍ମର ସୁଟିଂ ଏବେ ଫିଲ୍ମ ସିଟିରେ ଜୋରସୋର ଚାଲିଛି । କିନ୍ତୁ ରଣବୀରଙ୍କ ଡ୍ରାଇଭର ଓ ବଡିଗାର୍ଡଙ୍କ ଲଢେଇ ଯୋଗୁଁ ଫିଲ୍ମ ସୁଟିଂରେ ବ୍ରେକ ଲାଗିଛି । ପଦ୍ମାବତୀର ଏକ ଖାସ ସିନର ସୁଟିଂ ଚାଲିଥିବା ବେଳେ ହଠାତ୍ ରଣବୀରଙ୍କ ବଡିଗାର୍ଡ ଓ ଡ୍ରାଇଭରଙ୍କ ଭିତରେ ଜୋରଦାର ଲଢେଇ ହୋଇଥିଲା । ଦୁହେଁ ଏତେ ଜୋରରେ ଲଢେଇ କରିଥିଲେ ଯେ ବାଧ୍ୟ ହୋଇ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ସଞ୍ଜୟଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥି୍ତି ଟିକିଏ ଶାନ୍ତ ପଡିଥିଲା । ତେବେ ଝଗଡାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବ ।

ranveer-singh-ବାକି ଦରମା ପାଇଁ ଏହି ଝଗଡା ହୋଇଥିବା ଜଣା ପଡିଥିଲା । ସୁଟିଂ ସେଟର ସ୍ପଟ ବୟଙ୍କ କହିବା ଅନୁଯାୟୀ, ଡ୍ରାଇଭର ଜଣକ ଦୁଇ ମାସର ବକେୟା ଦରମା ୮୫ ହଜାର ଟଙ୍କା ରଣବୀରଙ୍କ ମ୍ୟାନେଜରକୁ ମାଗିଥିଲେ । କିନ୍ତୁ ମ୍ୟାନେଜର ଡ୍ରାଇଭର କଥାକୁ ଶୁଣିନଥିଲେ । ବରଂ ବଡିଗାର୍ଡକୁ ଲଗାଇ ସୁଟିଂ ସେଟରୁ ବାହାର କରିବାକୁ କହିଥିଲେ । ପଇସା ପାଇବା ତ ଦୂରର କଥା ବରଂ ସୁଟିଂ ସେଟରେ ଡ୍ରାଇଭରକୁ ବଡିଗାର୍ଡ ଭଲ ଭାବରେ ଉତ୍ତମ ମଧ୍ୟମ ଦେଇଥିଲେ । ଏହି ଘଟଣା ସଞ୍ଜୟଙ୍କ ନଜରକୁ ଆସିବା ପରେ ଡ୍ରାଇଭରଙ୍କୁ ଗୋଟିଏ ଦିନ ମଧ୍ୟରେ ପଇସା ଦେବାକୁ ଭରସା ଦେଇ ଚାକିରୀରୁ ବାହାର କରି ଦେଇଥିଲେ ।

କିନ୍ତୁ ପଇସା ଦେବାକୁ ସଞ୍ଜୟ ଭରସା ଦେବା ପରେ ମଧ୍ୟ ଡ୍ରାଇଭରକୁ ତାଙ୍କ ବାକି ଦରମା ମିଳିନାହିଁ । ଏହାପରେ ଡ୍ରାଇଭର ଜଣକ ରଣବୀରଙ୍କ ଭଉଣୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଯଦି ତାଙ୍କ ପଇସା ନ ମିଳେ ଶେଷରେ ରଣବୀରଙ୍କ ନାଁରେ ସଂଘ ପାଖରେ ଅଭିଯୋଗ କରିବେ ବୋଲି ଡ୍ରାଇଭର କହିଛନ୍ତି ।