ରାମ୍ପରେ ରାନୁ ମଣ୍ଡଳ ! ସୋସିଆଲ ମିଡିଆରେ ଭାଇରାଲ ହେଲା ରାନୁଙ୍କ ରାମ୍ପ ୱାକ୍ ଭିଡିଓ , ଟ୍ରୋଲ୍ କଲେ ଲୋକେ । 

1,411

ରେଳ ଷ୍ଟେସନରୁ ଗୀତ ଗାଇ ଅଜ୍ଞାତରୁ ଚର୍ଚ୍ଚିତ ହୋଇଥିବା ଗାୟିକା ରାନୁ ମଣ୍ଡଳ ବର୍ତ୍ତମାନ ଖୁବ ଚର୍ଚ୍ଚାର ଶୀର୍ଷକ ପାଲଟିଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ନୂଆ ଲୁକକୁ ନେଇ ସେ ଖୁବ୍ ଭାଇରାଲ ହେବାକୁ ଲାଗିଛନ୍ତି । କିନ୍ତୁ ତାଙ୍କ ଓଭର ମେକ-ଅପକୁ ନେଇ ଲେକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

 

View this post on Instagram

 

Ranu mondal fhason #ranumondal #bollywood #tiktokindia

A post shared by afzal Sheikh786 (@afzal_sheikh_786) on

ଏକ ଭିଡିଓରେ ରାନୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ଫ୍ୟାସନର ଗୀତରେ ରାମ୍ପ ଖୋରାକ୍ କରିବାର ନଜର ଆସିଛନ୍ତି । ଏହି ରାମ୍ପ ୱାକ୍ ସମୟରେ ରାନୁ ଖୁବ ଖୁସି ଥିବାର ଦେଖିବାକୁ ମିଳିଛି । ରାମ୍ପ ୱାକରେ ତାଙ୍କ ମେକ-ଅପ ଆର୍ଟିଷ୍ଟ ତାଙ୍କ ସହ ନଜର ଆସିଛନ୍ତି । ଫିକା ଗୋଲାପୀ ରଙ୍ଗର ଲେହେଙ୍ଗା ସହ ତାଙ୍କ ଅତିରଞ୍ଜିତ ମେକଅପ୍ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ପୂର୍ବରୁ ସୋସିଆଲ୍ ମିଡିଆରେ ରାନୁଙ୍କ ମେକ-ଅପ ଫଟୋ ଭାଇରାଲ୍ ହୋଇଥିଲା ହେଲେ ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ଦର୍ଶକଙ୍କ ମଜାର ଖୋରାଖ ସାଜିଛି । ଏହା ପୂର୍ବରୁ ମଧ୍ୟ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରାନୁଙ୍କ ଫ୍ୟାନ୍ ତାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । ଏବଂ ସେ ସମୟରେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିବାରୁ ରାନୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ।