ଦିନେ ଅଜ୍ଞାତରୁ ହୋଇଥିଲେ ଚର୍ଚ୍ଚିତ ଏବେ ଗୋଟିଏ ଭୁଲ୍ ପାଇଁ ହେଉଛନ୍ତି ପରିହାସର ଶିକାର ! ସୋସିଆଲ୍ ମିଡିଆରେ ନିଜ ଅତିରଞ୍ଜିତ ମେକଅପକୁ ନେଇ ଟ୍ରୋଲ୍ ଏବଂ ଟ୍ରେଣ୍ଡ୍ ହେଉଛନ୍ତି ଗାୟିକା ରାନୁ ମଣ୍ଡଳ । 

41,813

ରେଲୱେ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ଅଜ୍ଞାତ କୋକିଳକଣ୍ଠୀ ରାନୁ ମଣ୍ଡଳ ଏବେ ଆଉ ଅଜ୍ଞାତ ହୋଇ ନାହାନ୍ତି । ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି । ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ତାଙ୍କର ଗୋଟିଏ ଗୀତ ତେରି ମେରି କାହାନୀ ମଧ୍ୟ ଭାଇରାଲ୍ ହେବା ସହ ଶ୍ରୋତାଙ୍କୁ ଖୁବ୍ ଭଲ ଲାଗିଥିଲା । କିନ୍ତୁ ନିକଟରେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କୁ ଅପମାନିତ କରିବା ପରେ ରାନୁଙ୍କୁ ଚର୍ଚ୍ଚିତ କରିଥିବା ସୋସିଆଲ୍ ମିଡିଆ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲା ।

ତେବେ ଏନେଇ ରାନୁଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସୁଛନ୍ତି କିନ୍ତୁ ତାଙ୍କ ଅତ୍ୟଧିକ ମେକଅପ୍ ତାଙ୍କ ଚେହେରାକୁ ଆହୁରି ବିଗାଡି ଦେଉଛି । ଏହି ଫଟୋକୁ ନେଇ ଏବେ ଲୋକମାନେ ତାଙ୍କର ଖୁବ୍ ମଜା ଉଡାଉଛନ୍ତି । ସେ ଉତ୍ତରପ୍ରଦେଶର କାନପୁରରେ ଏକ ବ୍ୟୁଟି ପାର୍ଲର କାର୍ଯ୍ୟକ୍ରମରେ ପହଁଚିଥିଲେ । ଯେଉଁଠି ମେକଅପ୍ ଆର୍ଟିଷ୍ଟ ତାଙ୍କ ମେକଅପ୍ କରିଥିଲେ । କିନ୍ତୁ ଏଭଳି ଓଭର୍ ମେକଅପକୁ ଲୋକମାନେ ନାପସନ୍ଦ କରିବା ସହ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଯାହାର ଶିକାର ହିମେଶ୍ ରେସମିୟା ମଧ୍ୟ ହୋଇଛନ୍ତି ।