କୋକିଳକଣ୍ଠୀ ରାନୁ ମଣ୍ଡଳଙ୍କ ଗୀତ “ତେରୀ ମେରୀ କାହାନୀ” ର ଆସିଲା ଟିଜର୍ ! ଟିଜର୍ ରିଲିଜ୍ ହେବା କ୍ଷଣି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ ।

759

ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ବସି ଗୀତ ଗାଇ ଗୁଜୁରାଟ ମେଣ୍ଟାଉଥିବା ଜଣେ ଗରିବ ଗାୟିକାଙ୍କ ଜୀବନର ମୋଡ଼ ଯେ ଏଭଳି ଭାବେ ବଦଳିବ ତାହା କେବେ କେହି ଚିନ୍ତା କରିନଥିବେ । କିଛି ଦିନରୁ ଖୁବ୍ ଚର୍ଚ୍ଚା ସାଉଁଟୁଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭିଡିଓ ତାଙ୍କୁ ରାତାରାତି ଅଜ୍ଞାତରୁ ଚର୍ଚ୍ଚିତ କରିଦେଲା । ଏବେ ସୁପରଷ୍ଟାର ଲିଷ୍ଟରେ ସାମିଲ୍ ହୋଇଥିବା ରାନୁଙ୍କୁ ବଲିଉଡ୍ ରୁ ଗୀତ ଗାଇବା ପାଇଁ ଅଫର୍ ମିଳୁଛି । ଅଭିନେତା ଏବଂ ଗାୟକ ହିମେଶ୍ ରେସମିୟା ତାଙ୍କ ସିନେମା “ହ୍ୟାପି,ହାର୍ଡି ଆଣ୍ଡ୍ ହିର୍” ରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଛନ୍ତି । ରାନୁ ଏବଂ ହିମେଶ୍ ଙ୍କ ଯୁଗଳବନ୍ଦୀ ଭାବେ ଗାଇଥିବା ଗୀତର ରେକର୍ଡିଙ୍ଗ୍ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ହିମେଶ୍ ଏବେ “ତେରୀ ମେରୀ କାହାନୀ” ଗୀତର ଟିଜର୍ ଲଞ୍ଚ୍ କରିଛନ୍ତି । ଗୀତର ଟିଜର୍ ଆସିବା ପରେ ୟୁଟ୍ୟୁବରେ ଏହା ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ରହିଛି । ପ୍ରଶଂସକଙ୍କୁ ଗୀତର ଟିଜର୍ ଖୁବ୍ ପସନ୍ଦ ଆସୁଛି । ଟିଜରରେ ହିମେଶ୍ ଙ୍କ ସହ ରାନୁ ମଣ୍ଡଳ ମଧ୍ୟ ନଜର ଆସିଛନ୍ତିି ।

ରାନୁ ମଣ୍ଡଳ ହିମେଶ୍ ଙ୍କ ସହ ଗୋଟିଏ ନୁହଁ ଏକାଥରେ ତିନୋଟି ଗୀତ ଗାଇଛନ୍ତି । ଯେଉଁଥିରେ ତେରୀ ମେରୀ କାହାନୀ , ଆଦତ୍  ଏବଂ ଆଶିକୀ ମେଁ ତେରୀ ଗୀତ ସାମିଲ୍ ରହିଛି । ରାନୁଙ୍କ ପ୍ରତିଭାକୁ ଦେଖି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଖୁବ୍ ବଢୁଛି । ଏମିତିକି ବଲିଉଡ୍ ତାରକାଙ୍କ ମଧ୍ୟ ପ୍ରିୟପାତ୍ରୀ ହୋଇପାରିଛନ୍ତି ରାନୁ ମଣ୍ଡଳ ।