ପୁଣି ଫେରିଲା ରଙ୍ଗବତୀ ବିବାଦ : ଏସିୟ ଦୌଡକୁଦ ପ୍ରତିଯୋଗିତାରେ ରଙ୍ଗବତୀ ପରିବେଷଣ ନେଇ ପ୍ରଶ୍ନ ଉଠାଇଲେ ସୋନା ମହାପାତ୍ର

36

କନକ ବ୍ୟୁରୋ : ପୁଣି ଫେରିଲା ରଙ୍ଗବତୀ ବିବାଦ । ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ରଙ୍ଗବତୀ ପରିବେଷଣ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ସୋନା ମହାପାତ୍ର । ସେ ପ୍ରଶ୍ନ କରିଛନ୍ତି-ଜିତେନ୍ଦ୍ରୀୟ ହରିପାଲ ଭୁବନେଶ୍ୱରରେ ଗାଇବା ଉଚିତ ନଥିଲା କି ।

ସମ୍ବଲପୁରୀ –ଓଡିଆର ଗର୍ବ କୁଆଡେ ଗଲା । ଏହା ପ୍ରତାରଣା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସୋନା । ବଲିଉଡ ସିଙ୍ଗର ଶଙ୍କର ମହାଦେବନ ପ୍ରତିଯୋଗିତାରେ ରଙ୍ଗବତୀ ଗୀତ ଗାଇଥିଲେ । ତାଙ୍କ ଗୀତକୁ ନେଇ କୌଣସି ବିବାଦ ହେଲା ନାହିଁ । ରାଜନୀତି ସହଜରେ ବୋକା ବନାଇଦିଏ ବୋଲି ସୋନା କହିଛନ୍ତି । ଶଙ୍କର ମହାଦେବନଙ୍କ ଭଳି ଆମ କ୍ଷେତ୍ରରେ ସରକାର କାହିଁକି ସହାୟତା କଲେନି ବୋଲି ସୋନା ପ୍ରଶ୍ନ କରିଛନ୍ତି ।