ବର୍ଷେ ହେଲାଣି ଡାକ୍ତରଖାନାରେ ଚିକିତ୍ସୀତ ହେଉଥିବା ଲାଲୁପ୍ରସାଦ ଯାଦବଙ୍କୁ ଚଲାବୁଲା କରିବାରେ ହେଉଛି କଷ୍ଟ ! ଗୋଟିଏ କି ଦୁଇଟି ନୁହଁ ୧୧ ଟି ରୋଗରେ ପୀଡିତ ଅଛନ୍ତି ଲାଲୁ

615

ରାଞ୍ଚୀର ରିମ୍ସ ଡାକ୍ତରଖାନାରେ ଚିକିତ୍ସୀତ ହେଉଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ ଠିକରେ ଚଲାବୁଲା ମଧ୍ୟ କରି ପାରୁନାହାନ୍ତି । ସେ ଆର୍ଥରାଇଟିସ୍ ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ତାଙ୍କ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ହେଉଛି । ରିମ୍ସରେ ବିହାର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଡି.କେ ଝାଙ୍କ କହିବାନୁସାରେ ଲାଲୁ ପ୍ରସାଦ ଆର୍ଥରାଇଟିସ୍ ରୋଗରେ ପୀଡିତ ଅଛନ୍ତି । ଆଣ୍ଠୁରେ ଯନ୍ତ୍ରଣା ଏବଂ କମ୍ ସ୍ଥାନ ହୋଇଥିବାରୁ ସେ ଠିକରେ ଚାଲିବୁଲି ପାରୁନାହାନ୍ତି । ୱାର୍ଡରେ ବିନା ସାହାରାରେ ସେ ଚାଲି ପାରୁନାହାନ୍ତି । ଲାଲୁ ଯାଦବଙ୍କ ଅନିୟନ୍ତ୍ରିତ ହୃଦୟ ଗତି ସମସ୍ୟା ଏବେ ପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ଲାଲୁଙ୍କ ଦିନଚର୍ଯ୍ୟା ସଠିକ୍ ନଥିବା କଥା କହିଛନ୍ତି ଡାକ୍ତର । ଡାକ୍ତରଙ୍କ କହିବାନୁସାରେ , ସେ ବିଳମ୍ବରେ ଶୋଇ ବିଳମ୍ବରେ ଉଠନ୍ତି ଏବଂ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟ ବିଳମ୍ବରେ କରନ୍ତି । ଏଭଳି ଅସନ୍ତୁଳିତ ଜୀବନଚର୍ଯ୍ୟାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଡାଇବେଟିସ୍ ସହ୧୧ ଟି ରୋଗ କବଳରେ ପୀଡିତ ଅଛନ୍ତି ଲାଲୁ । ଯେଉଁଥିରେ ଉଚ୍ଚ ରକ୍ତଚାପ,ହ୍ୃଦରୋଗ ଏବଂ ବୃକକ୍ ରୋଗ ମଧ୍ୟ ସାମିଲ୍ ରହିଛି ।

ଚାରା ଘୋଟାଲା ମାମଲାରେ ଦଣ୍ଡିତ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରୁ ସେ ହୋଟବାର ଜେଲରୁ ରିମ୍ସ ସିଫ୍ଟ ହୋଇ ଏକବର୍ଷ ଧରି ଚିକିତ୍ସୀତ ହେଉଛନ୍ତି । ଅଗଷ୍ଟ ୩୧ ତାରିଖରେ ତାଙ୍କର ରିମ୍ସରେ ଆସିବାକୁ ଏକବର୍ଷ ହୋଇଯିବ । ସେ ରିମ୍ସରେ ପେଇଙ୍ଗ୍ ୱାର୍ଡରେ ଭର୍ତ୍ତୀ ଅଛନ୍ତି । ଜେଲ୍ ନିୟମ ଅନୁସାରେ , ସପ୍ତାହକୁ କେବଳ ୩ ଜଣ ଲୋକ ଶନିବାର ଦିନ ହିଁ ଲାଲୁଙ୍କୁ ଦେଖାକରିବାକୁ ଆସିପାରିବେ ।