କନକ ବ୍ୟୁରୋ: ଜନସଂଖ୍ୟା ରୋକିବାକୁ ରାମଦେବ ବାବାଙ୍କ ନୂଅ ରୁଲ । କୌଣସି ପରିବାରରେ ତୃତୀୟ ପିଲା ହେଲେ ସେମାନଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ଏପରିକି ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିଦେବା ଉଚିତ୍ ବୋଲି ହରିଦ୍ୱାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯୋଗଗୁରୁ ରାମ ଦେବ । ସେହିଭଳି ସରକାର ଯଦି ନିୟମ ନଆଣନ୍ତି ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ ଆଣିପାରିବା ନାହିଁ ବୋଲି ରାମଦେବ କହିଛନ୍ତି ।
ରାମଦେବ ଆହୁରି ମଧ୍ୟ କହିଛନ୍ତି କି, ଆଗାମୀ ୫୦ ବର୍ଷରେ ଭାରତର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହୋଇଯିବ । ଯେତେ ଜନସଂଖ୍ୟା ବୃଦ୍ଧି ପାଇବ ଲୋକେ ସେତେ ସମସ୍ୟାରେ ସମ୍ମୁଖୀନ ହେବେ । ତେବେ ସରକାର ଚାହିଁଲେ କିମ୍ବା କିଛି କଡ଼ା ନିୟମ ଆଣିଲେ ହିଁ ଜନସଂଖ୍ୟା ବୃଦ୍ଧିରେ ନିୟନ୍ତ୍ରଣ ଆସିବ ବୋଲି କହିଛନ୍ତି ଯୋଗଗୁରୁ ରାମଦେବ ।
ଅନ୍ୟପଟେ ନିଜର ଯୋଗ ମାଧ୍ୟମରେ ସାରା ବିଶ୍ବରେ ପରିଚିତ ରାମଦେବ ଏବେ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଦେଇଥିବା ଉପଦେଶ ଏବେ ଚର୍ଚ୍ଚାରେ ରହିଛି । ବିଭିନ୍ନ ସମୟର ବିବାଦୀୟ ବୟାନ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସୁଥିବା ଯୋଗଗୁରୁ ରାମଦେବଙ୍କ ଜନସଂଖ୍ୟା ରୋକିବା ନେଇ ରୁଲ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/498183-baba-ramdev.jpg)