ରାମ ମନ୍ଦିର ନିର୍ମାଣ ନ ହେଲେ ଦେଶରେ ବିଦ୍ରୋହ ହେବ । ଜାଣନ୍ତୁ କାହିଁକି ଏଭଳି କହିଲେ ବାବା ରାମଦେବ

164

ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ରାମମନ୍ଦିର ନିର୍ମାଣ ନିଷ୍ପତି କୋର୍ଟରେ ନୁହେଁ ବରଂ ସଂସଦରେ ହେବ । ରାମମନ୍ଦିର ନିର୍ମାଣର ରାସ୍ତା ସଂସଦରୁ ସ୍ପଷ୍ଟ ହେବ ବୋଲି ରାମଦେବ କହିଛନ୍ତି । ହରିଦ୍ୱାରରେ ସ୍ଥାନୀୟ ନିର୍ବାଚନରେ ବାଳକୃଷ୍ଣଙ୍କ ସହ ଭୋଟ ଦେବାକୁ ପହଞ୍ଚିଥିବା ବାବା ରାମଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରକୃତ ରାମଭକ୍ତ ବୋଲି କହିଛନ୍ତି ।


ରାମମନ୍ଦିର ନିର୍ମାଣ ପାଇଁ ସଂସଦରେ ବାରମ୍ବାର ଚାପ ପଡୁଛି । ଏହାସହ ରାମଦେବ କହିଛନ୍ତି, ଯଦି ସଂସଦ କିମ୍ବା କୋର୍ଟରେ ରାମମନ୍ଦିର ନିର୍ମାଣକୁ ନେଇ କୌଣସି ନିଷ୍ପତି ନିଆନଯାଏ ତେବେ ପୂରା ଦେଶରେ ବିଦ୍ରୋହ ଦେଖିବାକୁ ମିଳିପାରେ । ଏହାପୂର୍ବରୁ ବାରଣାସୀରେ ରାମଦେବ କହିଥିଲେ, ଯଦି ଦେଶରେ ରାମମନ୍ଦିର ନିର୍ମାଣ ନ ହୁଏ ତେବେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେବ । ଏପରିକି ରାମମନ୍ଦିର ନିର୍ମାଣ ଏବେ ନୁହେଁ ତ କେବେ ନୁହେଁ ଅନୁଯାୟୀ କାମ କରିବାକୁ ପଡିବ । ଏପରିକି ଆଲୋଚନା ମାଧ୍ୟମରେ ରାମମନ୍ଦିର ନିର୍ମାଣ ସମୟ ବିତିଗଲାଣି । ତେଣୁ ଖୁବଶୀଘ୍ର ସଂସଦରେ ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କରିବା ଆବଶ୍ୟକ ବୋଲି ବାବା ରାମଦେବ କହିଥିଲେ ।