ତନୁଶ୍ରୀ ଦତାଙ୍କୁ କ୍ଷମା ମାଗିଲେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ । ପୂର୍ବରୁ ତନୁଶ୍ରୀଙ୍କୁ ଜଣେ ସମଲିଙ୍ଗୀ ମହିଳା କହିଥିବା ରାକ୍ଷୀ କ୍ଷମା ପ୍ରାର୍ଥନା କରି କହିଛନ୍ତି, ତାଙ୍କ ବିବାଦରେ ଈଶ୍ୱରଙ୍କୁ ଟଣାନଯାଉ । କିଛି ଦିନ ପୂର୍ବରୁ ରାକ୍ଷୀ ଏକ କୁସ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ରେସଲରଙ୍କ ଦ୍ୱାରା ଆଘାତପ୍ରାପ୍ତ ହୋଇଥିଲେ । ଏହାପରେ ରାକ୍ଷୀ କହିଥିଲେ, ତନୂଶ୍ରୀ ରାଗ ସୁଝାଇବା ପାଇଁ ସଂପୃକ୍ତ ମହିଳା ରେସଲରଙ୍କୁ ଟଙ୍କା ଦେଇଛନ୍ତି ଓ ତନୁଶ୍ରୀଙ୍କ ଇଙ୍ଗିତରେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଛି ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ତନୁଶ୍ରୀ କହିଥିଲେ ଏଭଳି ଆରୋପ ଦ୍ୱାରା ତାଙ୍କର ଈଶ୍ୱରଙ୍କ ପ୍ରତି ଆସ୍ଥା କ୍ଷୂର୍ଣ୍ଣ ହୋଇଛି ଓ ଯେ ପର୍ଯ୍ୟନ୍ତ ରାକ୍ଷୀ ସର୍ବସାଧାରଣରେ କ୍ଷମା ନ ମାଗିଛନ୍ତି ସେ ପର୍ଯ୍ୟନ୍ତ ସେ ଚର୍ଚ୍ଚ ଯିବେନାହିଁ । ଏହାପରେ ରାକ୍ଷୀ ଏକ ଭିଡ଼ିଓରେ ତନୁଶ୍ରୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ତାଙ୍କ ବିବାଦରେ ଈଶ୍ୱରଙ୍କୁ ଟଣାନଯାଉ । ମିଠୁ ବିବାଦରେ ତନୁଶ୍ରୀ ନାନା ପାଟେକରଙ୍କ ବିରୁଦ୍ଧରେ ଆରୋପ୍ ଲଗାଇବା ପରେ ରାକ୍ଷୀ ତାଙ୍କୁ ଜଣେ ସମଲିଙ୍ଗୀ ମହିଳା କହିଥିଲେ । ଏପରିକି ତନୁଶ୍ରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ମଧ୍ୟ ରାକ୍ଷୀ ଅଭିଯୋଗ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/BBPTZ5x.jpg)
/kanak/media/post_attachments/wp-content/uploads/2018/11/Tanushree-Dutta-Rakhi-Sawant-getty-images-main-300x178.jpg)