ରାକ୍ଷୀଙ୍କ ମତିଭ୍ରମ ! ଇନଷ୍ଟାରେ “ରେଷ୍ଟ ଇନ୍ ପିସ୍” ଲେଖି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଫଟୋ କଲେ ସେୟାର୍ , ଟ୍ରୋଲ୍ କଲେ ୟୁଜର୍ସ

574

ବିବାଦୀୟ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍ ଆଇଟମ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଫଟୋ ସେୟାର୍ କରି ଏବେ ଫସଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ପ୍ରତି ମିନିଟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ଏବେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ସାରା ଦେଶର ଲୋକ ଏବେ ତାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରୁଥିବା ବେଳେ ରାକ୍ଷୀଙ୍କ ଇନଷ୍ଟା ପୋଷ୍ଟ ଏବେ ବିବାଦ ଆରମ୍ଭ କରିଛି ।

ନିଜ ଇନଷ୍ଟାରେ ଅରୁଣ ଜେଟଲୀଙ୍କ ଫଟୋ ସେୟାର କରି ରାକ୍ଷୀ ରେଷ୍ଟ ଇନ୍ ପିସ୍ ବୋଲି ଲେଖିଥିଲେ । ତାଙ୍କର ଏଭଳି ପୋଷ୍ଟ ପ୍ରଥମେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଥିବା ବେଳେ ପରେ ସତ ଜାଣି ଲୋକେ ରାକ୍ଷୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ମିଛ ଖବର ପ୍ରସାର କରିବା ବନ୍ଦ କର ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ । ଟ୍ରୋଲିଂ ଆରମ୍ଭ ହେବାରୁ ରାକ୍ଷୀ ପୋଷ୍ଟ ହଟାଇବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।