ଉତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ଆଜି ଭୋଟିଂ : ଓଡିଆ ବୋହୂ ପ୍ରୀତି ମହାପାତ୍ରଙ୍କ ଉପରେ ନଜର

75

ଆଜି ରାଜ୍ୟସଭାର ଖାଲି ଥିବା ଆସନ ପାଇଁ ଭୋଟ ଗ୍ରହଣ ହେବ । ତେବେ ଉତରପ୍ରଦେଶର ରାଜ୍ୟସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏହି ନିର୍ବାଚନ ମଇଦାନରେ ଅଛନ୍ତି ଓଡିଆ ବୋହୂ ପ୍ରୀତି ମହାପାତ୍ର । ଉତରପ୍ରଦେଶରେ ୧୧ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ରେସରେ ଅଛନ୍ତି ୧୨ ଜଣ । କଂଗ୍ରେସର ହାଇପ୍ରୋଫାଇଲ ନେତା କପିଲ ଶିବଲଙ୍କୁ ରୋକିବାକୁ ମୋଦି ପ୍ରୀତିଙ୍କୁ ବାଛିଛନ୍ତି ।  ଚର୍ଚ୍ଚା ଅନୁସାରେ ପ୍ରୀତି, ମୋଦିଙ୍କ ଖୁବ ନିକଟତର । ଏପରିକି ଗୁଜୁରାଟ ରାଜନୀତିରେ ମଧ୍ୟ ବେଶ ପ୍ରଭାବୀ । ଦେଶରେ ୧୦ ହଜାର ଟଏଲେଟ ନିର୍ମାଣ କରିବାକୁ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । ମୋଦିଙ୍କ ସ୍ୱଛ ଭାରତ ଅଭିଯାନକୁ ସଫଳତାର ସହ ରୂପାୟନ କରିବାକୁ ଅଂଟା ଭିଡିଥିଲେ ଏହି ସମାଜସେବୀ ।

ଆଉ ଏବେ ମୋଦି ପ୍ରୀତିଙ୍କୁ ରାଜ୍ୟସଭା ଆଣିବାକୁ ଚେଷ୍ଟା କରିବା ପରେ ସମସ୍ତଙ୍କ ନଜରକୁ ଆସିଛନ୍ତି ଏହି ଓଡିଆ ବୋହୂ  । ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ସମର୍ଥନ ଯୋଗାଡ କରି ନିର୍ବାଚନ ଲଢିବା କାଠିକର ପାଠ ହୋଇଥିବା ବେଳେ ପ୍ରୀତିଙ୍କ ନାମାଙ୍କନ ପଛରେ ରହିଛି ୧୬ ବିଧାୟକଙ୍କ ସମର୍ଥନ । ଖାଲି ଏତିକି ନୁହେଁ, କୁହାଯାଉଛି ପ୍ରୀତିଙ୍କ ବିଜୟ ନିଶ୍ଚିତ କରିବାକୁ ଅଙ୍କ କଷିଛି ବିଜେପି । କେନ୍ଦ୍ରରେ କ୍ଷମତାସୀନ ବିଜେପି ଜଣେ ସମାଜସେବୀଙ୍କୁ ଆଣି ଉତରପ୍ରଦେଶରେ ପ୍ରାର୍ଥୀ କରିବା ପରେ ସାରା ଦେଶର ଗଣମାଧ୍ୟମର ନଜର ଏବେ ପ୍ରୀତିଙ୍କ ଉପରେ ।