ଆସନ୍ତା ୯ରେ ରାଜ୍ୟସଭା ଉପସଭାପତି ପଦ ଲାଗି ହେବ ନିର୍ବାଚନ : ଏ ନେଇ ଆଜି ଗୃହରେ ବିଧିବଦ୍ଧ ଭାବରେ ଘୋଷଣା କଲେ ରାଜ୍ୟସଭା ସଭାପତି

43

କନକ ବ୍ୟୁରୋ : ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପସଭାପତି ପଦ ପାଇଁ ନିର୍ବାଚନ କରାଯିବ ବୋଲି ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ ଏନେଇ ସୂଚନା ଦେଇଛନ୍ତି । ୯ ତାରିଖ ସକାଳ ୧୧ଟା ଠାରୁ ଭୋଟ ଗ୍ରହଣ କରାଯିବ । ତେବେ ଚଳିତ ବର୍ଷ ମୈାସୁମୀ ଅଧୀବେଶନ ସରବାର ଠିକ ଗୋଟିଏ ଦିନ ପୂର୍ବରୁ ଏହା ପଦ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି । ପୂର୍ବରୁ ରାଜ୍ୟସଭାର ଉପସଭାପତିଙ୍କ କାର୍ଯ୍ୟାଳୟ ଜୁନ ମାସ ପ୍ରଥମ ସପ୍ତାହରେ ସରଥିଲା । ତେବେ ସେବେଠାରୁ ଏହି ଆସନ ଖାଲିଥିଲା ।

 

ତେବେ ଆଜି ଗୃହରେ ଏନେଇ ଘୋଷଣା କରିବା ସହ ମୈାସୁମୀ ଅଧୀବେଶନରେ ହିଁ ରାଜ୍ୟସଭା ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସଭାପତି ଘୋଷଣା କରିଛନ୍ତି । ଗୃହରେ ବିଜେପି ପାଖରେ ବଦୁମତ ଥିବା ସତ୍ତେ୍ୱ ସିଟକୁ ନେଇ ବିରୋଧୀମାନେ ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ତେବେ ବିଜେପି କେଉଁ ନେତାଙ୍କୁ ଏହି ପଦପାଇଁ ଟିକେଟ ଦେବ ସେନେଇ ଏ ପର୍ଯ୍ୟନ୍ତ କୈାଣସି ଖବର ମିଳିନଥିବା ବେଳେ ବିରୋଧୀମାନେ ଏହି ଆସନ ହାତେଇବା ଲାଗି ସମସ୍ତ ପ୍ରକାର ଚେଶ୍ଟା୪ କରୁଥିବା ମିଳିଛି । ବର୍ତ୍ତମାନ ସମୟରେ ରାଜ୍ୟସଭାରେ ୨୪୫ଟି ଆସନ ରହିଛି ତେବେ ଉପସଭାପତି ପଦରେ ବସିବାକୁ ହେଲେ ସର୍ବନିମ୍ନ ୧୨୨ ଜଣ ସାସଂଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏ ପଟେ ବିଜେଡି କେଉଁ ଦଳର ନେତାଙ୍କୁ ସମର୍ଥନ ଦେବ ସେନେଇ କୈାଣସି ସୂଚନୀ ମିଳିପାରିନାହିଁ ।