କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ମତଦାତା । ସେପଟେ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଛାତିରେ ପସିଛି ଛନକା । କିଏ ମାରିବ ବାଜି ଆଉ ରାଜଗାଙ୍ଗପୁରରେ ରାଜ୍ କିଏ କରିବ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ ଆସନ୍ତୁ ଜାଣିବା ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର ସମ୍ବନ୍ଧୀୟ କିଛି ରାଜନୈତିକ ପୃଷ୍ଠଭୂମିର ତଥ୍ୟ ।
୨୦୧୯ର ଲଢେଇ
ବିଜେଡି: ମଙ୍ଗଳା କିଷାନ
କଂଗ୍ରେସ: ଡକ୍ଟର ସିଏସଆର୍ ରାଜନ
ବିଜେପି: ନରସିଂହ ମିଞ୍ଜ
୨୦୧୯-ବିଜେଡି: ମଙ୍ଗଳା କିଷାନ
- ୫ ଥର ବିଧାୟକ
- ପୂର୍ବତନ ରାଜ୍ୟସଭା ସଦସ୍ୟ
- ରାଜ୍ୟ ଆଦିବାସୀ ହରିଜନ ସେଲ୍ ଅଧ୍ୟକ୍ଷ
- ଜଙ୍ଗଲ ଓ ଜଳସମ୍ପଦ ମନ୍ତ୍ରୀ ଥିଲେ
୨୦୧୯-କଂଗ୍ରେସ: ଡକ୍ଟର ସିଏସ୍ଆର୍ ରାଜନ
- ଅବସରପ୍ରାପ୍ତ କର୍ଣ୍ଣଲ
- ପୂର୍ବତନ ବିଧାୟକ ଖ୍ରୀଷ୍ଟୋଫର ଏକାଙ୍କ ପୁଅ
- ରାଜଗାଙ୍ଗପୁରରେ ଡାକ୍ତର ଅଛନ୍ତି
- ପ୍ରଥମଥର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି
୨୦୧୯-ବିଜେପି: ନରସିଂହ ମିଞ୍ଜ
- ଆଇନଜୀବୀରୁ ରାଜନୀତି
- ପୂର୍ବତନ ସରପଂଚ
- ପୂର୍ବତନ ବିଜେଡି ନେତା
- ୨ ବର୍ଷ ତଳେ ବିଜେପିରେ ସାମିଲ
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ରାଜଗାଙ୍ଗପୁର, ରାଜଗାଙ୍ଗପୁର ବ୍ଳକ୍, ଲାଠିକଟା ବ୍ଳକ୍ ଏବଂ କୁତ୍ରା ବ୍ଳକର କିଛି ଅଂଚଳକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ମଙ୍ଗଳା କିଷାନ ଦଳର ବରିଷ୍ଠ ନେତା ଏବଂ ୫ ଥର ବିଧାୟକ, ମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟ ରହିସାରିଛନ୍ତି
- ବିଜେଡି ଛାଡି ବିଜେପି ଆସିଥିବା ଏବଂ ପୂର୍ବତନ ସରପଂଚ ନରସିଂହ ମିଞ୍ଜଙ୍କୁ ବିଜେପି ପ୍ରାର୍ଥୀ କରିଛି
- ରାଜଗାଙ୍ଗପୁରର ଡାକ୍ତର ଏବଂ ପୂର୍ବତନ ବିଧାୟକଙ୍କ ପୁଅ ଡକ୍ଟର ସିଏସ୍ଆର୍ ରାଜନ ହୋଇଛନ୍ତି କଂଗ୍ରେସର ପ୍ରାର୍ଥୀ
ରାଜଗାଙ୍ଗପୁର ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ
- ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ମଙ୍ଗଳା କିଷାନ ୫ ଥର ବିଧାୟକ
- କଂଗ୍ରେସର ଗ୍ରେଗୋରୀ ମିଞ୍ଜ ୨ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୦ ହଜାର ୨୧୩
- ମତ ଦେଇଥିଲେ – ୧ ଲକ୍ଷ ୫୯ ହଜାର ୬୭୫
- ଭୋଟଦାନ ହାର – ୬୯.୩୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ମଙ୍ଗଳା କିଶାନ ବିଜେଡି ୫୪,୫୯୬ ୩୪.୧୯% ବିଜୟୀ
ଗ୍ରେଗୋରୀ ମିଞ୍ଜ କଂଗ୍ରେସ ୪୪,୫୬୦ ୨୭.୯୧% ପରାସ୍ତ
ଉପେନ୍ଦ୍ର ପ୍ରଧାନ ବିଜେପି ୨୮,୬୯୪ ୧୭.୯୭% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ମଙ୍ଗଳା କିଶାନ ନିର୍ବାଚନ ଜିତିଥିଲେ
- ୫୪ ହଜାର ୫୯୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୩୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୧ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ