କଂଗ୍ରେସର ଇସ୍ତଫା ଡ୍ରାମା

23

ଭୁବନେଶ୍ୱର : ସିବିଆଇ ଜେରା ପରେ ଯୁବ କଂଗ୍ରେସ ସଭାପତିଙ୍କ ଇସ୍ତଫାକୁ ନେଇ ରାଜନୈତିକ ଡ୍ରାମା । ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ସଂଧ୍ୟାରେ କନକନ୍ୟୁଜକୁ ଫୋନଯୋଗେ କହିଛନ୍ତି ସେ ଇସ୍ତଫା ଦେଇନାହାନ୍ତି । ଏପରିକି ଦଳର କୌଣସି ବରିଷ୍ଠ ନେତାଙ୍କ ଆଲୋଚନା କରିନାହିଁ । ମୋ ମନ କଥା କେମିତି ଅନ୍ୟମାନେ ଜାଣିଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେପଟେ ସିବିଆଇର ଘନ ଘନ ଜେରା ପରେ ଇସ୍ତଫା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ବୋଲି ଦଳର ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି । ଏପରିକି ରଜତଙ୍କ ଇସ୍ତଫା ପତ୍ର ସେ ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି । ଏଟି ଚିଟଫଣ୍ଡ ଲିଙ୍କ ପ୍ରସଙ୍ଗରେ ଆଜି ରଜତଙ୍କୁ ଦୁଇ ଦୁଇ ଥର ଜେରା କରିଥିଲା ସିବିଆଇ । ଗତକାଲି ବି ୪ ଘଂଟା ଧରି ରଜତ ଚୌଧୁରୀଙ୍କୁ ଜେରା କରିଥିଲା ସିବିଆଇ ।