ଦେଶରେ ପ୍ରତିଦନ ତେଲ ଦର ବଢୁଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରୁଛି । ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ଆସନ୍ତାକାଲି କଂଗ୍ରେସ ସାରା ଦେଶରେ ବନ୍ଦ ପାଳନ କରିବ । ତେବେ ଇତି ମଧ୍ୟରେ ଏକ ଖବର ସାରା ଦେଶର ରାଜନୀତିକୁ ଜୋର କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ରାଜ୍ୟବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଭ୍ୟାଟ ଉପରେ ୪ ପ୍ରତିଶତ କମ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ସେ କହିଛନ୍ତି ପେଟ୍ରୋଲ ଉପରେ ଥିବା ୩୦ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୨୬ ପ୍ରତିଶତ କରାଯାଇଛି । ସେହିଭଳି ଡିଜେଲ୍ ଉପରେ ଥିବା ୨୨ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୧୮ ପ୍ରତିଶତ କରାଯାଇଛି ।
ଆଉ ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ୍ ଲିଟର ଉପରେ ପାଖାପାଖି ୨ ଟଙ୍କା ୫୦ ପଇସା କମ୍ ହୋଇଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଆଜି ରାତି ୧୨ ଟାରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି ଯେ, ତାଙ୍କ ସରକାର ଜନତାଙ୍କ ସରକାର । ଆଉ ଜନତାଙ୍କ ସ୍ୱର ତାଙ୍କ ପାଇଁ ଇଶ୍ୱରଙ୍କ ସ୍ୱର ଅଟେ । ତେବେ ଇତି ମଧ୍ୟରେ ଓଡିଶାରେ ରାଜନୀତି ଜୋର ଧରିଛି । ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ କମିଥିବା ବେଳେ ଓଡିଶାରେ କେବେ ତେଲ ଦରକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା । ତେବେ ଆସନ୍ତାକାଲି ତେଲ ଦରକୁ ନେଇ କଂଗ୍ରେସ ସାରା ଦେଶରେ ବନ୍ଦ ପାଳନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/petrol-diesel-1.jpg)
/kanak/media/post_attachments/wp-content/uploads/2018/09/fuel-price_5b0b756e4273d-300x163.jpg)