ଭାରତୀୟ ରେଳବାଇର ବଡ ନିଷ୍ପତ୍ତି ! ଏଣିକି ରେଳ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି ।

34

ଏଣିକି ରେଳ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଅପାଠୁଆ ସ୍ତ୍ରୀଙ୍କୁ ମିଳିବ ଚାକିରି। ରେଲୱେ ତରଫରୁ ଦେଶରେ ଏପରି ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହାଦ୍ୱାରା କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ। କେବଳ ଏତିକି ନୁହେଁ ଘର ଠାରୁ ନିକଟରେ ଥିବା ସ୍ଥାନରେ ହିଁ ତାଙ୍କୁ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ, ଯେଉଁଠି ସେ ୮ ଘଣ୍ଟା ପରିଶ୍ରମ କରି ଘରେ ପହଞ୍ଚିପାରିବେ। ପୂର୍ବରୁ କେବଳ ଶିକ୍ଷିତା ସ୍ତ୍ରୀ ହିଁ ଏହାର ଯୋଗ୍ୟ ହୋଇପାରୁଥିଲେ। କିନ୍ତୁ ରେଲୱେ ତରଫରୁ ଏହି ନିୟମକୁ ଏବେ ହଟାଇ ଦିଆଯାଇଛି। ଏହି ଆଦେଶାନୁସାରେ ପୂର୍ବ ରେଲୱେରେ ଶହେରୁ ଅଧିକ ମୃତ କର୍ମଚାରୀଙ୍କ ଅପାଠୁଆ ସ୍ତ୍ରୀଙ୍କୁ ଚାକିରି ଯୋଗାଇଦେବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇସାରିଲାଣି।

ତେବେ ପୂର୍ବରୁ ରେଲୱେରେ ମୃତକଙ୍କ ସଂପର୍କୀୟ ରୂପେ ଶୈକ୍ଷିକ ଯୋଗ୍ୟତା ହାଇସ୍କୁଲ ପର‌୍ୟ୍ୟନ୍ତ ଥିଲା। ଯେବେ କି ରେଗୁଲାର୍ ଷ୍ଟାଫଙ୍କ ପାଇଁ ଆଇଟିଆଇ ପାସ୍ ହେବା ଆବଶ୍ୟକ ଥିଲା। ତେବେ ଶିକ୍ଷାଗତ ଯୋଗ୍ୟତା କମ୍ କାରଣରୁ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ଚାକିରି ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଅପାଠୁଆ ହେବା କାରଣରୁ ଚାକିରି ମିଳିବା ତ ସମ୍ଭବ ନଥିଲା ବେଳେବେଳେ ପେନସନ୍ ମିଳିବାରେ ମଧ୍ୟ ବିଳମ୍ବ ହେଉଥିଲା। ତେବେ ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ରେଲୱେ ବୋର୍ଡ ତରଫରୁ ସବୁ ରେଲୱେ ଜୋନକୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। କର୍ମଚାରୀଙ୍କ ଅପାଠୁଆ ପତ୍ନୀଙ୍କୁ ଶିକ୍ଷା ଯୋଗାଇ ଦିଆଯିବା ସହ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିବା ବେଳେ ଚତୁର୍ଥ ଶ୍ରେଣୀରେ ଚାକିରି ଯୋଗାଇ ଦେବାକୁ କହିଛନ୍ତି।