ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧର ପ୍ରଭାବ । ଓଡିଶାରେ ରେଳ ଚଳାଚଳ ପ୍ରଭାବିତ । କିଛି ଷ୍ଟେସନରେ ଅଟକି ରହିଛି ଟ୍ରେନ୍, ଯାତ୍ରୀ ହନ୍ତସନ୍ତ
ଓଡିଶା ଦେଇ ଯାଉଥିବା କିଛି ଟ୍ରେନ୍ ବାତିଲ୍
କନକ ବ୍ୟୁରୋ: ନାଗରକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଚାଲିଥିବା ବିକ୍ଷୋଭ ପାଇଁ ରେଳ ଚଳାଚଳ ପ୍ରଭାବିତ । ବିଭିନ୍ନ ରେଳ ସାରଣୀରେ ପରିବର୍ତନ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୁଚନା । ଓଡ଼ିଶାକୁ ଆସୁଥିବା ଏବଂ ଯାଉଥିବା ବିଭିନ୍ନ ଟ୍ରେନର ସମୟକୁ ପରିବର୍ତନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଟ୍ରେନକୁ ସମ୍ପନ୍ନ ଭାବେ ବାତିଲ କରାଯାଇଥିବାବେଳେ ଅନ୍ୟ କିଛି ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି । ପୁରୀରୁ ଯାଉଥିବା ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ସାନ୍ତ୍ରାଗଛି ପାସେଂଜର, ପୁରୀ-ଖୋର୍ଦ୍ଧାକୁ ସମ୍ପୁର୍ଣ୍ଣ ବାତିଲ କରାଯାଇଛି । ୧୮ଟି ଟ୍ରେନର ସମୟକୁ ସମ୍ପୁର୍ଣ୍ଣ ଭାବେ ବାତିଲ କରାଯାଇଥିବା ବେଳେ ୧୦ଟି ଟ୍ରେନର ସମୟକୁ ଆଂଶିକ ଭାବେ ବାତିଲ କରାଯାଇଛି ।
ସୂଚନା ମୁତାବକ, ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ହାଓଡ଼ା-ଖଡ଼ଗପୁର ରେଳବାଇ ସେକ୍ସନ୍ର ବିଭିନ୍ନ ରେଳବାଇ ଷ୍ଟେସନ୍ରେ ବିକ୍ଷୋଭ ଚାଲିଥିବା କାରଣରୁ କେତେଗୁଡ଼ିଏ ଟ୍ରେନ୍ ବାତିଲ କରାଯାଇଛି। ସିଆଲଦାରୁ ୧୬. ୧୨ ୨୦୧୯ରେ ଆସିବାକୁ ଥିବା ୨୨୨୦୧ ସିଆଲଦା-ପୁରୀ ଏକ୍ସ୍ପ୍ରେସ୍ ବାତିଲ ହୋଇଛି। ଲିଙ୍କ୍ ଟ୍ରେନ୍ ବାତିଲ ହୋଇଥିବା କାରଣରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସ୍ପ୍ରେସ୍ ବାତିଲ ହୋଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ପୁରୀରୁ ଛାଡୁଥିବା ୫୮୦୦୨ ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର୍କୁ ବାତିଲ କରାଯାଇଛି। କନେକ୍ଟିଙ୍ଗ୍ ଟ୍ରେନ୍ ବାତିଲ ହୋଇଥିବାରୁ ୧୫. ୧୨. ୧୯ ତାରିଖରେ ୫୮୪୦୪ ପୁରୀ-ଖୋର୍ଦ୍ଧା ପାସେଞ୍ଜର୍ ମଧ୍ୟ ବାତିଲ ହୋଇଛି। ଚେନ୍ନାଇରୁ ୧୬. ୧୨. ୧୯ରେ ଛାଡ଼ିବାକୁ ଥିବା ୨୨୮୬୦ ଚେନ୍ନାଇ-ପୁରୀ ଏକ୍ସ୍ପ୍ରେସ୍କୁ ମଧ୍ୟ ବାତିଲ କରାଯାଇଛି।