ପୁଣି ରାହୁଲଙ୍କ ମୁହଁରେ ମୋଦି ସରକାରଙ୍କ ଜିଏସଟି : କହିଲେ, ଦେଶର ୧୫ ପ୍ରତିଶତ ଲୋକଙ୍କୁ ମିଳୁଛି ଗବର ସିଂ ଟ୍ୟାକ୍ସର ଫାଇଦା

28

କନକ ବ୍ୟୁରୋ: ରାହୁଲଙ୍କ ଟାର୍ଗେଟରେ ମୋଦି ସରକାର । ଜିଏସଟି ଓ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୁମ୍ବାଇରେ ଏକ ପ୍ରେସମିଟ୍ କରି ଏନଡିଏ ସରକାରକୁ କଡା ସମାଲୋଚନା କରିଛନ୍ତି ରାହୁଲ । ଦେଶରେ ସବୁଠାରୁ ଧନୀ ଲୋକମାନଙ୍କ ପାଇଁ ମୋଦି ସରକାର କାମ କରୁଛି । କୋଟି କୋଟି ଟଙ୍କାର ଋଣ ଛାଡ କରାଯାଉଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ବର୍ଦ୍ଧିତ ତୈ÷ଳଦରର ଫାଇଦା ମାତ୍ର ୧୦, ୧୫ ଜଣଙ୍କ ପକେଟକୁ ଯାଉଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଏଠାରେ ଆମେ କହି ରଖୁଛୁ କି, ଜିଏସଟି ଅଥାର୍ତ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ । କିନ୍ତୁ ଜିଏସଟିକୁ ‘ଗବର ସିଂ ଟ୍ୟାକ୍ସ’ ବୋଲି କୁହନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ସେ ଏଭଳି କହିଛନ୍ତି । ଜିଏସଟିକୁ କଂଗ୍ରେସ ସରକାର ସମୟରେ ଅଣାଯାଇଥିଲା । କିନ୍ତୁ ସେତେବେଳେ ଏହାକୁ ବିଜେପି ବିରୋଧ କରିଥିଲା । କଂଗ୍ରେସ ସରକାର ସମୟରେ ଆସିବାକୁ ଥିବା ଜିଏସଟିରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ବାଟ ରହିଥିଲା । ଜିଏସଟିର ଲକ୍ଷ୍ୟ ଥିଲା ସମଗ୍ର ଦେଶରେ ଏକକ ଟ୍ୟାକ୍ସର ପ୍ରଚଳନ । ଏଥିପାଇଁ କଂଗ୍ରେସ ସରକାର ଜିଏସିଟି ପାଇଁ ୧୮% ଟ୍ୟାକ୍ସ ନିର୍ଦ୍ଧାରଣ କରିଥିଲେ ।

କିନ୍ତୁ ମୋଦି ସରକାର କଂଗ୍ରେସର ଏହି ଯୋଜନାକୁ ହାଇଜାକ କରି ବାହାବା ନେବାରେ ବ୍ୟସ୍ତ । ଏପରିକି ଦେଶରେ ସବୁଠାରୁ ଧନୀ ଲୋକମାନଙ୍କ ପାଇଁ ମୋଦି ସରକାର କାମ କରୁଛି । କୋଟି କୋଟି ଟଙ୍କାର ଋଣ ଛାଡ କରାଯାଉଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ବର୍ଦ୍ଧିତ ତୈ÷ଳଦରର ଫାଇଦା ମାତ୍ର ୧୦, ୧୫ ଜଣଙ୍କ ପକେଟକୁ ଯାଉଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।