ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କ ଜୋରଦାର ପ୍ରଚାର ! ରାଜସ୍ଥାନରେ ଖେଳିଲେ ବ୍ରାହ୍ମଣ କାର୍ଡ ।

113

କନକ ବ୍ୟୁରୋ : ଡିସେମ୍ବର ୭ରେ ରାଜସ୍ଥାନରେ ହେବ ଭୋଟ ଗ୍ରହଣ । ତେବେ ନିର୍ବାଚନ ପୂର୍ବରୁ ବଢ଼ିବାରେ ଲାଗିଛି ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ । ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରଚାର । ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ମସଜିଦ୍ ଓ ମନ୍ଦିର କାର୍ଡ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  । ପୂର୍ବଭଳି ରାଜସ୍ଥାନ ଗସ୍ତ ସମୟରେ ଆଜି ପୁଣି ରାହୁଲ ଅଜମେରରେ ଥିବା ଦରଘାକୁ ଯାଇଥିଲେ । ତାପରେ ରାହୁଲ ପୁଷ୍କରରେ ଥିବା ବ୍ରହ୍ମା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ସେଠାରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମୟରେ ରାହୁଲ ଗୋତ୍ର ନାଁ ମଧ୍ୟ କହିଥିବା ଜଣାପଡିଛି । ରାହୁଲ କୌଳିକ ବ୍ରାହ୍ମଣ ଦତାତ୍ରେୟ ଗୋତ୍ର ନାଁରେ ବ୍ରହ୍ମା ମନ୍ଦିରରେ ବିଧିବଦ୍ଧ ପୂଜାର୍ଚ୍ଚନା କରିଛନ୍ତି  । ରାହୁଲଙ୍କ ଏହି ଗୋତ୍ରକୁ ନେଇ ବିଜେପି ସର୍ବଦା କଟାକ୍ଷ କରି ଆସୁଥିବା ବେଳେ ବିଜେପି ନେତା ସମ୍ବିତ ପାତ୍ରା ରାହୁଲ ତାଙ୍କ ଗୋତ୍ର ପରିପ୍ରକାଶ କରୁନଥିବା କହୁଥିଲେ । ତେବେ ଆସନ୍ତା ଡିସେମ୍ବର ମାସ ୭ ତାରିଖରେ ରାଜସ୍ଥାନରେ ହେବ ଭୋଟଗ୍ରହଣ ।