ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାଲେଶ୍ୱରରେ ପରିବର୍ତନ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

153

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାଲେଶ୍ୱର ଜିଲ୍ଲାରେ ରାହୁଲଙ୍କ ନିର୍ବାଚନି ପ୍ରଚାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ଆଜି ଅପରାହ୍ଣ ୨ଟା ସମୟରେ ରାହୁଲ ବାଲେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି । ରେମୁଣାରେ କଂଗ୍ରେସ ପକ୍ଷରୁ ପରିବର୍ତନ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଥିବା ସମୟରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ପ୍ରଚାରକୁ ଜୋରଦାର କରୁଛନ୍ତି । ତେଣୁ ଆଜି କଂଗ୍ରେସ ଅଧ୍ୟକ୍ଷ ଓଡିଶା ଗସ୍ତରେ ଆସୁଛନ୍ତି ।

Moneycontrol

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସଭାରେ ରାହୁଲଙ୍କ ସମେତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟି.ଏସ୍.ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତା ଓ ଅନ୍ୟ ଆସନମାନଙ୍କରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀମାନେ ଯୋଗଦେବେ ବୋଲି କୁହାଯାଉଛି। ତେବେ ବାଲେଶ୍ୱରରେ ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାରି ମଧ୍ୟରେ ପ୍ରଚାର କରିଛନ୍ତି । ତେଣୁ ଆଜି ରାହୁଲ ସଭାରେ କଣ କହିବେ ତାହା ଉପରେ ରହିଛି ନଜର ।