୪୮ ବର୍ଷରେ ପାଦ ଥାପିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି : କଂଗ୍ରେସ ଭବନରେ ଉତ୍ସବର ମାହୋଲ, ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

37

କନକ ବ୍ୟୁରୋ: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କର ଆଜି ଜନ୍ମଦିନ । ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି ରାହୁଲ । ସୋନିଆ ଗାନ୍ଧିଙ୍କ ସୁପୁତ୍ର ରାହୁଲ ଏବେ ଜାତୀୟ କଂଗ୍ରେସର ସଭାପତି ଅଛନ୍ତି । ଏଥିପାଇଁ ଦିଲ୍ଲୀ ଏଆଇସିସି ଅଫିସ ସହ ବିଭିନ୍ନ ପ୍ରଦେଶ କାର୍ଯ୍ୟାଳୟରେ ଉତ୍ସବ ମାହୋଲ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ରାହୁଲଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି । ରାହୁଲ ୨୦୧୩ରେ କଂଗ୍ରେସ ଉପସଭାପତି ୨୦୧୮ରେ କଂଗ୍ରେସ ସଭାପତି ଦାୟିତ୍ୱ ନେଇଛନ୍ତି ।