ସୂତ୍ର : ରାହୁଲଙ୍କ ସ୍ଥାନ ନେଇପାରନ୍ତି ଆଣ୍ଟୋନି ! କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲଙ୍କ ସ୍ଥାନ ନେଇପାରନ୍ତି ବରିଷ୍ଠ ନେତା ଏକେ ଆଣ୍ଟୋନି

274

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେବାପାଇଁ ଜିଦରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି । ସେ ସ୍ପଷ୍ଟ କରିଛନ୍ତି ଯେ ସେ ଆଗକୁ ପାର୍ଟିର ଅଧ୍ୟକ୍ଷ ହୋଇ ରହିବାକୁ ଚାହୁଁନାହାନ୍ତି । ରାହୁଲ ଗାନ୍ଧୀ ପରିବାରରୁ ଯେଭଳି କେହି ଅଧ୍ୟକ୍ଷ ନ ହୁଏ ସେଥିପାଇଁ ପାର୍ଟିକୁ ୧ ମାସ ସମୟ ଦେଇଛନ୍ତି । ପାର୍ଟି ତରଫରୁ ଏବେ ନନ୍ ଗାନ୍ଧୀ ଖୋଜା ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ବିଶେଷ ସୂତ୍ରରୁ ଖବର ମିଳୁଛି ଯେ କଂଗ୍ରେସର ୫ ଅଧ୍ୟକ୍ଷ ପାଇଁ ଏକେ ଆଣ୍ଟୋନୀଙ୍କ ନାଁକୁ ବିଚାରକୁ ଅଣାଯାଇପାରେ । ଏବେ ପାର୍ଟିରେ ଲଗାତାର ବୈଠକ କରାଯାଉଛି । ଯଦି ୱାର୍କିଙ୍ଗ୍ କମିଟି ସଦସ୍ୟଙ୍କ ମଧ୍ୟରେ ସହମତ ହେଲା ତେବେ ଏକେ ଆଣ୍ଟୋନୀଙ୍କୁ କଂଗ୍ରେସର ଅନ୍ତରିମ ଅଧ୍ୟକ୍ଷ ଘୋଷଣା କରାଯାଇପାରେ । ଆପଣଙ୍କୁ କହିରଖୁଛୁ ୟୁପିଏ ସରକାରରେ ଏକେ ଆଣ୍ଟୋନୀ ରକ୍ଷାମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସିଥିଲେ । ଦଳରେ ଏକେ ଆଣ୍ଟୋନୀଙ୍କ ଏକ ଭଲ ଛବି ଥିବା କାରଣରୁ ଏଭଳି କଳନା କରାଯାଉଛି ଯେ ଅନ୍ତରୀଣ ଅଧ୍ୟକ୍ଷ ରୁପରେ ତାଙ୍କ ନାଁକୁ ସହମତି ଦିଆଯିବ ।

ସୁତ୍ରନୁସାରେ ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ପାର୍ଟିର ନେତା କରିବା ପାଇଁ ମଧ୍ୟ କୁହାଯାଉଛି । ତେବେ ଆଗାମୀ ସପ୍ତାହରେ କଂଗ୍ରେସର ଅଧ୍ୟକ୍ଷ ଭାର କିଏ ସମ୍ଭାଳିବେ ତାହା ଜଣାପଡିବ । କଂଗ୍ରେସ ନେତାଙ୍କ ଖାମଖିଆଲ ଭାବରେ ରାହୁଲ୍ ଖୁବ୍ ନିରାଶା ଜାହିର କରିଛନ୍ତିି । ସେ ବଡ ବଡ ନେତା ପାର୍ଟିକୁ ଆଗରେ ନ ରଖି ପୁତ୍ରମୋହ ରଖିଥିବାରୁ ପାର୍ଟି ପ୍ରତି ବିପଦ ଆସିଥିବା କଥା ମଧ୍ୟ କହିଥିଲେ । ଏହି ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍ , କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିୟା,ପୂର୍ବ କେନ୍ଦ୍ରମନ୍ତ୍ରୀ ଜସବନ୍ତ ସିଂହ,ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ମଧ୍ୟ ସାମିଲ୍ ରହିଛି ।