ଓଡିଶାରେ ରାହୁଲ ଗାନ୍ଧି । ତମାଣ୍ଡୋ ସଭାରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ, କର୍ମୀ ଓ ନେତାଙ୍କୁ ୨୦୧୯ ପାଇଁ ଦେବେ ଗୁରୁମନ୍ତ୍ର

216

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ । ପାଖାପାଖି ସାଢେ ୩ ବର୍ଷ ପରେ ଓଡିଶା ଆସିଛନ୍ତି କଂଗ୍ରେସ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସ୍ୱତନ୍ତ୍ର ବିମାନରେ ଠିକ୍ ୧୦ଟା ୪୫ ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ରାହୁଲ ।

ଏହି ସମାବେଶରେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଗୋଟିଏ ପଟେ କଂଗ୍ରେସର ବିଧାୟକ ମାନେ ଦଳର ହାତ ଛାଡୁଥିବା ବେଳେ ରାହୁଲ ଦଳକୁ ଶକ୍ତିଶାଳୀ କରିବାକୁ ଓଡିଶା ଆସିଛନ୍ତି । ସବୁଠୁ ବଡ କଥା ହେଲା, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରାଇ ରାହୁଲ ଅନ୍ୟ ରାଜ୍ୟ ଗୁଡିକ ଉପରେ ଫୋକସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡା ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନିର୍ବାଚନ ପର୍ଯ୍ୟନ୍ତ ରାହୁଲ ପ୍ରତି ମାସରେ ଓଡିଶାରେ  ସମାବେଶ କରିବେ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।