ମାନବିକତାର ପରିଚୟ ଦେଲେ ରାହୁଲ ଗାନ୍ଧୀ । ଭିଡିଓ ରେକର୍ଡିଂ କଲା ବେଳେ ତଳେ ପଡିଗଲେ କ୍ୟାମେରାମ୍ୟାନ, ହାତ ଧରି ଉଠାଇଲେ ରାହୁଲ

2,140

କନକ ବ୍ୟୁରୋ : କଂଗ୍ରେସକୁ ସଂଜୀବନୀ ଦେବାକୁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି ରାହୁଲ ଗାନ୍ଧୀ । ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ । ହେଲେ ଓଡିଶାରେ ବି ରାହୁଲ ଗାନ୍ଧୀ ମାନବିକତାର ପରିଚୟ ଦେଇଛନ୍ତି ।

ଭୁବନେଶ୍ୱରରେ ପହଂଚିବା ପରେ ରାହୁଲଙ୍କୁ ଯେତେବେଳେ ବିମାନ ବନ୍ଦରରେ ଦଳୀୟ ନେତା , କର୍ମୀମାନେ ଫୁଲତୋଡା ଦେଇ ପାଛୋଟି ନେବାକୁ ଧାଇଁ ଆସିଥିଲେ ଠିକ୍ ଏହି ସମୟରେ ପୂର୍ବରୁ ଅପେକ୍ଷା କରିଥିବା ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ନିକଟକୁ ଦୌଡି ଯାଇଥିଲେ । ଏହି ସମୟରେ ରାହୁଲଙ୍କ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଜଣେ କ୍ୟାମେରାମ୍ୟାନ ବହୁ ଉଚ୍ଚରୁ ତଳକୁ ଖସିପଡିଥିଲେ । ବଡ କଥା ହେଲା, ସେଠାରେ ଏତେ ସଂଖ୍ୟକ ଲୋକ ଉପସ୍ଥିତ ଥାଇ ବି ପ୍ରଥମେ କେହି ତାଙ୍କୁ ଉଠାଇବାକୁ ଚେଷ୍ଟା କରିନଥିଲେ, କିନ୍ତୁ ରାହୁଲ ଗାନ୍ଧୀ ଉକ୍ତ ଯୁବକଙ୍କୁ ଉଠାଇବା ପାଇଁ ତାଙ୍କ ନିକଟକୁ ଧାଇଁ ଯାଇଥିଲେ । ଏବଂ ତାଙ୍କ ହାତ ଧରି ଉଠାଇଥିଲେ । ଏହାପରେ ବାକି ଲୋକମାନେ ତାଙ୍କୁ ସାହାର୍ଯ୍ୟ କରିବାକୁ ରୁଣ୍ଡ ହୋଇଯାଇଥିଲା ।

ଓଡିଶାରେ କଂଗ୍ରେସକୁ ସଂଜୀବନୀ ଦେବାକୁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି ରାହୁଲ ଗାନ୍ଧୀ । କର୍ମୀଙ୍କୁ ବିଜୟ ମନ୍ତ୍ର ଦେବାକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି ଭୁବନେଶ୍ୱରରେ ସମାବେଶ କରିବେ ରାହୁଲ । ଏହି ଅବସରରେ ଦଳରେ ଯୋଗଦେବେ ବରିଷ୍ଟ ନେତା ପଂଚାନନ କାନୁନଗୋ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଜଣେ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁଥିବା ବେଳେ ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ କେଉଁ ବାର୍ତା ଦେବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ମୋଦି, ବିଜେଡି ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ, ନବୀନ ସରକାରଙ୍କ ପ୍ରତି କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ରାହୁଲଙ୍କ ଗସ୍ତ ପରେ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ କଂଗ୍ରେସ ଉଦ୍ୟମ କରୁଛି ।

ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ । ପାଖାପାଖି ସାଢେ ୩ ବର୍ଷ ପରେ ଓଡିଶା ଆସିଛନ୍ତି କଂଗ୍ରେସ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସ୍ୱତନ୍ତ୍ର ବିମାନରେ ଠିକ୍ ୧୦ଟା ୪୫ ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ରାହୁଲ ।