ରାହୁଲଙ୍କ ନିଆରା ଅନ୍ଦାଜ । ଯୁବକଙ୍କ ସହ ମିଶି କ୍ରିକେଟ ଖେଳିଲେ ରାହୁଲ, ଜୋରଦାର ଭାଇରାଲ ହେଉଛି ଭିଡିଓ ।

326

କ୍ରିକେଟ ଖେଳିଲେ ରାହୁଲ ଗାନ୍ଧି । ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରୁ ଫେରୁଥିବା ବାଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧି ନିର୍ବାଚନ ସଭାକୁ ସମ୍ବୋଧିତ କରି ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ରେବାଡି ଠାରେ ଜରୁରୀକାଳୀନ ଅବତରଣ କରିଥିଲା ରାହୁଲଙ୍କ ହେଲିକପ୍ଟର ।

ରେବାଡୀର କେଏଲପି କଲେଜରେ ରାହୁଲଙ୍କ ହେଲିକପ୍ଟର ଓହ୍ଲାଇବା ପରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ରାହୁଲ । ପଡିଆରେ ଥିବା ନେଟସରେ ସ୍ଥାନୀୟ ପିଲାମାନେ କ୍ରିକେଟ ଖେଳୁଥିବା ଦେଖିବା ପରେ ରାହୁଲ ମଧ୍ୟ କ୍ରିକେଟ ଖେଳିବାକୁ ଆଗେଇ ଆସିଥିଲେ । ନେଟସରେ ବେଶ କିଛି ସମୟ କ୍ରିକେଟ ଖେଳିଥିଲେ ରାହୁଲ । ଗୋଟିଏ ଗୋଟିଏ ପରେ ଆର୍କଷଣୀୟ ସଟ୍ ଖେଳିଥିଲେ ରାହୁଲ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପାଗରେ ପରିବର୍ତ୍ତନ ନ ହେବାରୁ ସଡକପଥ ଦେଇ ଦିଲ୍ଲୀ ଫେରିଥିଲେ ରାହୁଲ । ଆସନ୍ତା ୨୧ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ହରିୟାଣାରେ ପହଞ୍ଚିଥିଲେ ରାହୁଲ । ଏହି ନିର୍ବାଚନ ସଭାରେ ମୋଦି ସରକାର ଉପରେ ପ୍ରବଳ ବର୍ଷିଥିଲେ ରାହୁଲ । ଅର୍ଥବ୍ୟବସ୍ଥା ଉପରେ ମୋଦିଙ୍କର କୌଣସି ଜ୍ଞାନ ନାହିଁ । ଏପରିକି ମୋଦି ସରକାରଙ୍କ ବିଭିନ୍ନ ନୀତି କାରଣରୁ ପୂରା ବିଶ୍ୱ ଏବେ ଭାରତର ମଜା ଉଡାଉଛି ବୋଲି କହିଛନ୍ତି ରାହୁଲ ।