ଦୁଇ ଦିନିଆ ଦୁବାଇ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ! ବିମାନ ବନ୍ଦରରେ ଜବରଦସ୍ତ କ୍ରେଜ୍, ସେପଟେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ରାହୁଲ ।

144

କନକ ବ୍ୟୁରୋ : ଦୁଇ ଦିନିଆ ଦୁବାଇ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରବାସୀ ଭାରତୀୟ ବ୍ୟବସାୟୀଙ୍କୁ ସମ୍ବୋଧିତ କରିଛନ୍ତି । ସେମାନଙ୍କୁ ପ୍ରଶଂସା କରିବାକୁଯାଇ ରାହୁଲ କହିଛନ୍ତି ଯେ ସାରା ବିଶ୍ୱରେ ସେମାନେ ଭାରତର ନାଁ ରଖିଛନ୍ତି । ସେଠାରେ ରାହୁଲ ଏହା ମଧ୍ୟ କହିଛନ୍ତି ଯେ ମୁଁ ମନକି ବାତ୍ କହିବାକୁ ଆସିନାହାନ୍ତି ବରଂ ତାଙ୍କ କଥା ଶୁଣିବାକୁ ଆସିଛନ୍ତି । ଗତକାଲି ରାତିରେ ରାହୁଲ ଦୁବାଇ ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ରୟରେ ସେଠାରେ ରାହୁଲଙ୍କ କ୍ରେଜ ଦେଖିବାକୁ ମିଳିଛି ।

ସେଠାରେ ଉପସ୍ଥିତ ଲୋକେ ରାହୁଲଙ୍କ ସହ ସେଲ୍ଫି ନେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ରାହୁଲଙ୍କୁ ପାଖରେ ପାଇ ଲୋକମାନେ ଉତ୍ସାହିତ ହୋଇପଡିଥିଲେ । ରାହୁଲ ଗାନ୍ଧିଙ୍କୁ ଦେଖିବା ପରେ ଲୋକମାନେ ରାହୁଲ ରାହୁଲ ନାରା ଦେଇଥିଲେ । ପ୍ରାୟତଃ କୁର୍ତା ପାଇଜାମାରେ ନଜର ଆସୁଥିବା ରାହୁଲ ଜିନ୍ସ-ଟିସାର୍ଟ ସହ ବ୍ଲେଜରରେ ନଜର ଆସିଥିଲେ । ଦୁବାଇ ଓ ଆବୁଧାବିରେ ରାହୁଲଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷଙ୍କ ସହ ସ୍ୟାମ ପିଟ୍ରୋଡା ଓ କେରଳ ପୂର୍ବ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି ମଧ୍ୟ ଦୁବାଇରେ ପହଁଚିଛନ୍ତି ।