କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବିବାହର ଗୁଜବ ଉଠିବା ପରେ ରାୟବରେଲୀର ସଦର ବିଧାୟିକା ଅଦିତୀ ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କ ସହ ନିର୍ବନ୍ଧକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିବା ସହ ରାହୁଲଙ୍କୁ ତାଙ୍କ ଭାଇ ସହ ତୁଳନା କରିଛନ୍ତି ଏବଂ ରାକ୍ଷୀପୂର୍ଣ୍ଣିମା ଅବସରରେ ରାହୁଲଙ୍କୁ ରାକ୍ଷୀ ବାନ୍ଧିଥିବା କଥା ମଧ୍ୟ କହିଛନ୍ତି । ଅସଲ କଥା ହେଉଛି ନିକଟରେ ଅଦିତୀଙ୍କ ପରିବାର ରାହୁଲ ଏବଂ ସୋନିଆଙ୍କୁ ଦେଖା କରିବା ପାଇଁ ୧୦ ଜନପଥ ଯାଇଥିଲେ । ଯେଉଁଠି ରାହୁଲ ଏବଂ ସୋନିଆଙ୍କ ସହ ଅଦିତୀଙ୍କ ଫଟୋ ସାମ୍ମାକୁ ଆସିଥିଲା । ଏହି ଫଟୋକୁ ସୋସିଆଲ୍ ମିଡିଆ ସାଇଟରେ ରାହୁଲଙ୍କ ନିର୍ବନ୍ଧ କହି ଭାଇରାଲ୍ କରାଗଲା । ଏହା ପୂର୍ବରୁ ଅଦିତୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୯୦,୦୦୦ ରୁ ଅଧିକ ମତରେ ରାୟବରେଲୀ ନିର୍ବାଚନ ଜିତିଥିଲେ । ଅଦିତୀଙ୍କ ପିତା ଅଖିଲେସ୍ ସିଂହ ରାୟବରେଲୀ ସଦର ବିଧାନସଭା ସିଟରୁ ୫ ଥର ବିଧାୟକ ହେବାରେ ସଫଳ ରହିଛନ୍ତି । ଅଖିଲେସଙ୍କୁ ଉତ୍ତରପ୍ରଦେଶର ‘ବାହୁବଳୀ ନେତା’ ବୋଲି ମଧ୍ୟ କୁହାଯାଏ । ଅଦିତୀ ଡ୍ୟୁକ୍ ବିଶ୍ୱବିଦ୍ୟାଳୟରୁ ସ୍ମାତକ ଏବଂ ୟୁଏସରୁ ସ୍ମାତକତ୍ତୋର କରିଛନ୍ତି । ୨୯ ବର୍ଷୀୟା ଏହି ବିଧାୟିକା ଡିସେମ୍ବର ମାସରେ ହୋଇଥିବା ନିର୍ବାଚନରେ କଂଗ୍ରେସ ସଫଳତାରେ ବଡ ଭୂମିକା ତୁଲାଇଥିଲେ । ଜନତା ଅଦିତୀ ଏବଂ ତାଙ୍କ ପିତାଙ୍କୁ ସଫଳତାର ସମ୍ପୁର୍ଣ୍ଣ ଶ୍ରେୟ ଜ୍ଞାପନ କରିଥିଲେ ।
ଅନ୍ୟ ପକ୍ଷରେ ୨୦୧୯ରେ ରାହୁଲଙ୍କ ଯୁବାଟିମକୁ ନେଇ ଏବେ ଚର୍ଚ୍ଚା ହେଲାଣି । ଏହି ଟିମରେ ରାୟବରେଲୀରୁ ତେଜ୍ ଏବଂ ଅଦିତୀଙ୍କ ମୁଖ୍ୟ ଭୂମିକା ରହିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।